STORYMIRROR

Gangotri Priyadarshini

Inspirational

3  

Gangotri Priyadarshini

Inspirational

ବୋଉ ମୋର

ବୋଉ ମୋର

1 min
214

ବୋଉ ତୁମେ କେମିତି ଏତେ ବର୍ଷ 

ପୁରା ପରିବାରର ସବୁ ଅଳି ଅର୍ଦ୍ଦଳି ସହି ଚାଲିଛ

ଏତେ ସଂଘର୍ଷ ଭିତରେ ହସିବା ହସେଇବା ବି ଭୁଲି ନଥିଲ


ମୁଁ ଆଜି ଯାଏ ବି ବଡ଼ ହେଇନି

ନିଜକୁ ସମ୍ଭାଳିବା ବି ଶିଖି ପାରିଲିନି

ମୁଁ ସ୍ତ୍ରୀ ହେଲି, ମାଆ ହେଲି 

ମାତ୍ର ତୁମ ଭଳି ସମ୍ପୂର୍ଣ୍ଣ ହେଇ ପାରିଲିନି


ବୋଉ ମୋର, ମୁଁ ଛୋଟ କଥାରେ ବିବ୍ରତ ହେଇଯାଏ

ତୁମ ଦୃଢ଼ତା ସଂସାରମନସ୍କ ଗୁଣ ପାଖେ 

ମାେ ମଥା ଆପେ ନଇଁ ଯାଏ

ତୁମ ଦୁନିଆରେ ମୋତେ ଏମିତି ହିଁ ଆଶ୍ରା ଦିଅ

ତୁମ ବିନା ମୁଁ ମୁଁ ନୁହେଁ ବୋଉ 

ତୁମ ବିନା ଜାଣିନି ଏତେବଡ଼ ଦୁନିଆରେ 

ରାସ୍ତା ଦେଖେଇ ଆଉ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational