ବୋଉ ମୋର
ବୋଉ ମୋର


ବୋଉ ତୁମେ କେମିତି ଏତେ ବର୍ଷ
ପୁରା ପରିବାରର ସବୁ ଅଳି ଅର୍ଦ୍ଦଳି ସହି ଚାଲିଛ
ଏତେ ସଂଘର୍ଷ ଭିତରେ ହସିବା ହସେଇବା ବି ଭୁଲି ନଥିଲ
ମୁଁ ଆଜି ଯାଏ ବି ବଡ଼ ହେଇନି
ନିଜକୁ ସମ୍ଭାଳିବା ବି ଶିଖି ପାରିଲିନି
ମୁଁ ସ୍ତ୍ରୀ ହେଲି, ମାଆ ହେଲି
ମାତ୍ର ତୁମ ଭଳି ସମ୍ପୂର୍ଣ୍ଣ ହେଇ ପାରିଲିନି
ବୋଉ ମୋର, ମୁଁ ଛୋଟ କଥାରେ ବିବ୍ରତ ହେଇଯାଏ
ତୁମ ଦୃଢ଼ତା ସଂସାରମନସ୍କ ଗୁଣ ପାଖେ
ମାେ ମଥା ଆପେ ନଇଁ ଯାଏ
ତୁମ ଦୁନିଆରେ ମୋତେ ଏମିତି ହିଁ ଆଶ୍ରା ଦିଅ
ତୁମ ବିନା ମୁଁ ମୁଁ ନୁହେଁ ବୋଉ
ତୁମ ବିନା ଜାଣିନି ଏତେବଡ଼ ଦୁନିଆରେ
ରାସ୍ତା ଦେଖେଇ ଆଉ ।।