STORYMIRROR

Sunanda Mohanty

Abstract Classics

4  

Sunanda Mohanty

Abstract Classics

ବୋଉ ବାପା

ବୋଉ ବାପା

1 min
217


ମୁଗ୍ଧ ହୁଏ ମୁଁ ଆମ ଗାଁ ଘର ବାରି

ଅଗଣାରେ ଆସେ ଯେବେ ଚାଲି ଥିରି

ମୁଗ୍ଧ ହୁଏ ଯେବେ ବାପା ପଚାରନ୍ତି ମାଆ 

ଭଲରେ ଅଛୁଟି ଝିଅ ମୋରି

ବୋଉ ହାତ ଲେଖା ମୁରୁଜ ଚିତାପଇତା 

ଉଜ୍ଜଳ ଦିଶେ ଭାରି

ବାପା ଆଣିଥିବା ପାଚିଲା କଦଳୀ ଆମ୍ବ

ମିଠା ଲାଗେ ତାଙ୍କ ପରି

ବୋଉ କରିଥାଏ ଚିତଉ ଆରିସା ଚକୁଳି

ବାପା କରୁଥାନ୍ତି କୁଳି

ଆ ଝିଅ ସାଙ୍ଗ ହୋଇ ପଙ୍ଗତେ ଖାଇବା

ତୋ ଝିଅ ପୁଅ ସାଥେ ମେଳି

ବୋଉ ଭାଙ୍ଗୁଥାଏ ସୁଆଦିଆ ମିଠା ପାନ

ବାପା କହନ୍ତି ଝିଅକୁ ଦିଅ ପୁଳି

ବୋଉ ର ବାଘରା ବିରି ଚକୁଳି ସାଙ୍ଗକୁ

ବାପା ଆଣିଥାଆନ୍ତି କେତେ କୋଳି

ଏବେ ଏବେ ଯେବେ ଗାଁକୁ ଆସେ ମୁଁ

ସ୍ମୃତି ହୋଇ ସବୁ ଦିଶେ

ବୋଉ ନାହିଁ ବାପା ଗଲେ କେ କୁଆଡେ

କାହିଁକି ଗାଁକୁ ମୁଁ କେଜାଣି ଆସେ

ଶୁଭୁଥାଏ ଡାକ ବୋଉର ଝିଅଲୋ

 କେବେଠୁ ଆସିନୁ କାହିଁ

ବାପା କହୁଥାନ୍ତି ମୋ ଝିଅ ସିଏ ଦେଖିବ

ନାମ ମୋ ରଖିବ ଝିଅ ହୋଇ

ସମ୍ପର୍କ ସହିତ ଚାଲିଛି ଦୁନିଆଁ ସମ୍ପର୍କେ

ସତ କଥା ଅଟେ ଏହି

ସବୁ ସମ୍ପର୍କ ଉର୍ଦ୍ଧରେ ଚଳନ୍ତି ଦେବତା

ପିତା ମାତା ପରି ଅଛି କେଉଁଠି କେହି??

ମାର୍ଗଦର୍ଶକ ପଥପଦର୍ଶକ ତାଙ୍କ ପରେ

ଜଗନ୍ନାଥ ସାହା ଆହା ରାହା ସାଇଁ ।।


Rate this content
Log in

Similar oriya poem from Abstract