STORYMIRROR

Prasanna Rana

Abstract Others

3  

Prasanna Rana

Abstract Others

ବୋତାମ

ବୋତାମ

1 min
195

କ୍ଷୁଦ୍ର ହେଲେ ବି ତୁମେ

ରଙ୍ଗୀନ୍,‌ ମନୋରମ,

ହେ ବୋତାମ !

କରିଅଛ ମୋ ଜୀବନ ସଭ୍ୟ,ଶୃଙ୍ଖଳିତ

ତୁମ ଯୋଗୁଁ ପରିଚ୍ଛଦ ରୁଚିର, ମାର୍ଜିତ

କରିଛ ମୋ ବେଶ ପରିପାଟି ସୁନ୍ଦର, ସୁଠାମ,

ହେ ବୋତାମ !

ଘୋଡ଼େଇ ରଖିଛ ମୋର ଆଦିମ ପ୍ରବୃତ୍ତି

ଜୀବନର କୋହ ଆଉ ହୃଦୟର ଭୀତି

ଆସୁରିକ ପ୍ରବୃତ୍ତିକୁ ଦେଇଛ ଲଗାମ,

ହେ ବୋତାମ !

ଶିଖାଇଛ ତୁମେ ସମ୍ପର୍କର ପରିଭାଷା

ବିଶ୍ବାସର ସୂତ୍ରେ ବନ୍ଧା ଜୀବନ ଚାଳିଶା

ସୂତା ଖିଏ ବାନ୍ଧି ହୋଇ ଜୀବନ ତମାମ,

ହେ ବୋତାମ !

ମାନ ମହତର ତୁମେ କଞ୍ଚିହୀନ ତାଲା

ତୁମକୁ ଖୋଲିଲେ ଦେହ ମୁକୁଳା, ପୁଙ୍ଗୁଳା

ମାନବର ହିତକାରୀ ତୁମକୁ ପ୍ରଣାମ,

ହେ ବୋତାମ !


Rate this content
Log in

Similar oriya poem from Abstract