STORYMIRROR

ତାରାପ୍ରସାଦ ଜେନା

Abstract

3  

ତାରାପ୍ରସାଦ ଜେନା

Abstract

ବୋଲେ ହୁଁଟି

ବୋଲେ ହୁଁଟି

1 min
332

କଙ୍କାଳ ଦେହରେ ମାଉଁସ ଲଗେଇ

ପ୍ରାଣ ଟିକେ ଭରିଦେବୁଟି

ବୋଲେ ହୁଁଟି


ମିଠାର କଥାରେ ସ୍ୱାର୍ଥର ଗନ୍ଧକୁ

ସତ ବୋଲି ବାରିଦେବୁଟି

ବୋଲେ ହୁଁଟି


ମନର ଡୋରିରେ ମମତା ଫୁଲକୁ

ଭଲ କରି ବାନ୍ଧିଦେବୁଟି

ବୋଲେ ହୁଁଟି


ଲୁହର ମଣିଷ ମୋହରେ ଭିଜିଲେ

ଆଖି ଲୁହ ପୋଛିଦେବୁଟି

ବୋଲେ ହୁଁଟି


ଅବୋଧ୍ୟ ଛାଡିକି ସରଳ ପଦ୍ୟକୁ

ଆଶା ଭରା ମନଦେବୁଟି 

ବୋଲେ ହୁଁଟି


ଲକ୍ଷ୍ୟର ବିପଣୀ ଦକ୍ଷତା ଭିତ୍ତିରେ

ଇଛା ଖର୍ଚ୍ଚ ସାରିଦେବୁଟି

ବୋଲେ ହୁଁଟି


ଶାନ୍ତିର କପୋତ ଆଉଁସି ଶ୍ରଦ୍ଧାରେ

ହାତ ତୋର ଚାଳିଦେବୁଟି

ବୋଲେ ହୁଁଟି


ନିଜର ଛାଇକୁ ଚିହ୍ନିବା ଭିତରେ

ନିଜ ପର ଚିହ୍ନିଦେବୁଟି 

ବୋଲେ ହୁଁଟି


ନଶ୍ବର ଦୁନିଆ ଭାସ୍ବର ହେବାକୁ

ଛଳ ଭୁଲା ଭାବିଦେବୁଟି

ବୋଲେ ହୁଁଟି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract