Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyabati Swain

Romance

3  

Satyabati Swain

Romance

ବୋଲ ଜମା ମାନୁନାହିଁ

ବୋଲ ଜମା ମାନୁନାହିଁ

1 min
119


ସ୍ୱପ୍ନର ସହର ତୁମେ

 ଫଗୁଣ ଅବିର

ଆଶାର ଝରଣା ତୁମେ

 କଳ୍ପନା ସାଗର।


ପୁନେଇଁ ଜହ୍ନ ତୁମେ

  ସୁନେଲି ସକାଳ

ବସନ୍ତ୍ର କୋଇଲିଟେ

  ଆମ୍ବର ବଉଳ।


ଶ୍ରାବଣର ଶୋଷ ତୁମେ

  ଶୀତର କମ୍ବଳ

ବୈଶାଖୀ ଝାଞ୍ଜି ଖରା

  ଲାଗି ତ ଚନ୍ଦନ।


ସୋରିଷ ଫୁଲର ରଙ୍ଗ

  ମୁଖ ତୋ ଦର୍ପଣ

ମନ ତୋର ଖୋଲା ବହି

  ଆଖି ତୋ ହରିଣ।


ଏମିତି ଝିଅର ପ୍ରେମେ

   ହୋଇଛି ପାଗଳ

ଦିନେ ନ ଦେଖିଲେ ମନେ

   ଅଶାନ୍ତ ମନଘର।


ଚୋରେଇ ନେଇଛି ସେତ

   ଏ ମନ ମୋହର

ବୋଲ ଜମା ମାନୁ ନାହିଁ

   ମନ ପକ୍ଷୀ ମୋର।


Rate this content
Log in

Similar oriya poem from Romance