STORYMIRROR

Satyabati Swain

Inspirational

3  

Satyabati Swain

Inspirational

ବୋକା

ବୋକା

1 min
162


ପଦଧ୍ଵନ

ପ୍ରତିଧ୍ବନିତ ହେଉଛି

ହୃଦୟ କାନ୍ଥରେ

ପ୍ରେମ ଭର୍ତ୍ତୀ

କାଙ୍ଗାଳ ହୃଦଟି

ପା ଦେଇ ଦେଉଥିଲା ମନ।


ସାକ୍ଷୀ ଅଛି ସେଇ ଜହ୍ନ

ମାଲିକଟି ଖେଳାଳୀ

ଅନେକ ସଖୀ କଣ୍ଢେଇ ତା ବାୟାରେ

ହଡା ବଳଦଟି କଣ କରନ୍ତା

ସେ ଏକଚାଟିଆ ପ୍ରେମ ଟିକେ

ଆଶା ରଖି ଥିଲା।


ନହେଲା ନାଇଁ

ପରିତ୍ୟକ୍ତ ଜାଗାକୁ 

ଗୋଟେ ବେଇମାନ ଦଲାଲ ପାଇଁ

ମୃତ୍ୟୁକୁ ଅପେକ୍ଷା କରିବ!!!

ଆଦୌ ନୁହେଁ

ହେ ହଡା ବଳଦ!!

ତୁ ବୁଲୁ

ଇଚ୍ଛା ମୁତାବକ

ତୋ ଗୋଡ଼ରେ ବଳ ଥିବା ଯାଏ

ମାଲଗୋଦାମ ବର୍ଯ୍ୟ ପରିବା ପତ୍ର ଖା

କିନ୍ତୁ ବିନ ଦାସ ଜୀଇଁ

ବେ ଫିକର

ଉଡାଣ ଭର

ଏତେ ଟିକେ ତୋ ଡେଣାର

ସାମର୍ଥ୍ୟ ଥିବା ପର୍ଯ୍ୟନ୍ତ

କିନ୍ତୁ ଅଭିମାନ କରି

ଶେଷ ହୋଇ ଯାଏନା


ଆତ୍ମହତ୍ୟା ସହଜ

ଏଟା ସମାଧାନ ନୁହେଁ

ଦୁର୍ବଳ ତୁ

ଵିକୃତ ମସ୍ତିଷ୍କ ତୁ

ସେଇପାଇଁ

ଆତ୍ମହତ୍ୟାକୁ ବାଛୁଛୁ!!

ଆରେ ବୋକା ନିଜକୁ ଭଲ ପାଆ

ନିଜ ପାଇଁ ବଞ୍ଚ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational