ବୋଝ
ବୋଝ
ଗରିବ ସେ ଆଉ କେତେ ଦିନ ସହିବ
ସବୁ ସହିବାର ଏକ ସୀମା ତୋ ଅଛି ।
ଏପଟେ ସଂସାର ସେପଟେ ଋଣ
ନା ଅଛି ଆର୍ଥିକ ସମ୍ବଳ ।
ଭଙ୍ଗା କୁଡିଆ କାଦ ଛେଟା ଘରକୁ
ନାହିଁ ଘୁଡ଼ିବାକୁ କମଳ ।।
କଣ ବା କରିଥାନ୍ତା ସେ ବି ତ ମଣିଷ
ଏପଟେ ତେଲ ଲୁଣ ଚିନ୍ତା ।
ସେପଟେ ଅର୍ଥ ସାଜେ କାଳ
କେତେ ଦିନ ଏମିତି ଆଉ ସହି ଥାନ୍ତା
ବାସ ଶେଷରେ ବିଷ ପିଇ ହେଲା ମର।
ମାତ୍ର ଟିକେ ଭଲା ଭାବି ଥାନ୍ତା
ତା ଘର ପରିବାର କଥା ।
ଭାବିଥାନ୍ତା ତା ଅନ୍ତେ କିପରି ଚଳିବେ
ବଞ୍ଚିବାର କଥା ।।
ବାସ୍ ଏଇଆ କଣ ଶ୍ରେଷ୍ଠ ଜୀବର କାର୍ଯ୍ୟ
ନା ଶେଷ ପନ୍ଥା ମଣିଷର ।
ଉତ୍ତର ଆସେ କଣ ?
କାରଣ ଜୀବନ ମାନେ ସଂଘର୍ଷ
ଆଉ ସଂଗ୍ରାମ
ଯେ ସଂଘର୍ଷ ଆଉ ସଂଗ୍ରାମ କରିନି
ସେ କି ମଣିଷ ।।।
ଜୀବନ ରେ ଯେ ବୋଝ ବହିନି
ସେ କେମିତି ବୁଝିବ ବୋଝ କଣ ।।।
