STORYMIRROR

PRABHAS KUMAR MOHAPATRA

Inspirational

4  

PRABHAS KUMAR MOHAPATRA

Inspirational

ବୋଝ

ବୋଝ

1 min
468


ଗରିବ ସେ ଆଉ କେତେ ଦିନ ସହିବ

ସବୁ ସହିବାର ଏକ ସୀମା ତୋ ଅଛି ।

ଏପଟେ ସଂସାର ସେପଟେ ଋଣ

ନା ଅଛି ଆର୍ଥିକ ସମ୍ବଳ ।

ଭଙ୍ଗା କୁଡିଆ କାଦ ଛେଟା ଘରକୁ 

ନାହିଁ ଘୁଡ଼ିବାକୁ କମଳ ।।


କଣ ବା କରିଥାନ୍ତା ସେ ବି ତ ମଣିଷ

ଏପଟେ ତେଲ ଲୁଣ ଚିନ୍ତା ।

ସେପଟେ ଅର୍ଥ ସାଜେ କାଳ

କେତେ ଦିନ ଏମିତି ଆଉ ସହି ଥାନ୍ତା

ବାସ ଶେଷରେ ବିଷ ପିଇ ହେଲା ମର।


ମାତ୍ର ଟିକେ ଭଲା ଭାବି ଥାନ୍ତା 

ତା ଘର ପରିବାର କଥା ।

ଭାବିଥାନ୍ତା ତା ଅନ୍ତେ କିପରି ଚଳିବେ

ବଞ୍ଚିବାର କଥା ।।

 ବାସ୍ ଏଇଆ କଣ ଶ୍ରେଷ୍ଠ ଜୀବର କାର୍ଯ୍ୟ

ନା ଶେଷ ପନ୍ଥା ମଣିଷର ।

ଉତ୍ତର ଆସେ କଣ ?

କାରଣ ଜୀବନ ମାନେ ସଂଘର୍ଷ 

ଆଉ ସଂଗ୍ରାମ 

ଯେ ସଂଘର୍ଷ ଆଉ ସଂଗ୍ରାମ କରିନି

ସେ କି ମଣିଷ ।।।

ଜୀବନ ରେ ଯେ ବୋଝ ବହିନି 

ସେ କେମିତି ବୁଝିବ ବୋଝ କଣ ।।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational