STORYMIRROR

Er Subhransu Kumar Behera

Abstract

3  

Er Subhransu Kumar Behera

Abstract

ବୋଝ

ବୋଝ

1 min
179

ସେ ବି ତ ଜନ୍ମିତ ସନ୍ତାନ ,

ସେ ବି ତ ରହିଥାଏ

ମା'ର ଗର୍ଭରେ ଦଶ ମାସ ଦଶ ଦିନ ।


ଏ କି ମାନସିକ ଅସ୍ଥିରତା ,

ସେ କାଳେ ପୋଷିବନି

ବାର୍ଦ୍ଧକ୍ୟରେ ଦେବନାହିଁ ଚିତା ।


ହଁ ଇଏ ସତ୍ୟ ସମାଜରେ ,

ଶବଟା ପାଇବନି କାନ୍ଧଟିଏ

ସବୁ ଖେଳ ସରି ଗଲା ପରେ ।


ଇଏ ବି ତ ଥାଏ ଚେତନାରେ ,

ରଖିବନି ଏ ବଂଶକୁ 

ବିଭା ହୋଇ ଚାଲିଗଲା ପରେ ।


ଅବା ଆଉ କିଛି ସ୍ଵାର୍ଥ ଥାଏ

ଚେତନାରେ ପର ଘର ଯିବ 

ସେଥିପାଇଁ ଆଜନ୍ମରୁ ବୋଝ ଲାଗୁଥାଏ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract