ବୋଝ
ବୋଝ
ସେ ବି ତ ଜନ୍ମିତ ସନ୍ତାନ ,
ସେ ବି ତ ରହିଥାଏ
ମା'ର ଗର୍ଭରେ ଦଶ ମାସ ଦଶ ଦିନ ।
ଏ କି ମାନସିକ ଅସ୍ଥିରତା ,
ସେ କାଳେ ପୋଷିବନି
ବାର୍ଦ୍ଧକ୍ୟରେ ଦେବନାହିଁ ଚିତା ।
ହଁ ଇଏ ସତ୍ୟ ସମାଜରେ ,
ଶବଟା ପାଇବନି କାନ୍ଧଟିଏ
ସବୁ ଖେଳ ସରି ଗଲା ପରେ ।
ଇଏ ବି ତ ଥାଏ ଚେତନାରେ ,
ରଖିବନି ଏ ବଂଶକୁ
ବିଭା ହୋଇ ଚାଲିଗଲା ପରେ ।
ଅବା ଆଉ କିଛି ସ୍ଵାର୍ଥ ଥାଏ
ଚେତନାରେ ପର ଘର ଯିବ
ସେଥିପାଇଁ ଆଜନ୍ମରୁ ବୋଝ ଲାଗୁଥାଏ ।