ବୋଝ
ବୋଝ
ଦୁନିଆଟା ଆଜି ଏତେ ସ୍ଵାର୍ଥପର
ଧାଏଁ ନିଜ ସ୍ଵାର୍ଥ ପାଇଁ ,
ନିଜ ସ୍ଵାର୍ଥ ଖୋଜେ ନିଜର ବୋଝକୁ
ଅନ୍ୟ ମୁଣ୍ଡେ ଲଦି ଦେଇ ।
ବୁଝେ ନାହିଁ ସିଏ ବୋଝର ଓଜନ
ବୋହିକି ପାରିବ ଲୋକ,
ଧିକ ତା ଜୀବନ ନିଜ ସ୍ଵାର୍ଥ ପାଇଁ
ଦେଖେ ନାହିଁ ଅନ୍ୟ ଦୁଃଖ ।
ନିଜ ସ୍ଵାର୍ଥ ପାଇଁ ଆଜି ବି ସନ୍ତାନ
ପିତା ମାତା ବୋଝ କହେ,
ନିଜ ସୁଖ ପାଇଁ ପିତା ଓ ମାତାଙ୍କୁ
ବୃଦ୍ଧାଶ୍ରମେ ଛାଡ଼ି ଦିଏ ।
ଯେଉଁ ଲୋକଟି ତ ଅନ୍ୟର ବୋଝକୁ
ନିଜ ମୁଣ୍ଡେ ବୋହୁଥାଏ,
ବୋଝର ମାତ୍ରାଟି ଅଧିକ ହୋଇଲେ
ଅକାଳରେ ପ୍ରାଣ ଯାଏ ।
ପର ବୋଝ ବୋହି କେହି ଜନ ଯଦି
ଜୀବନକୁ ବଳିଦିଏ,
ଜନ୍ମ ଜନ୍ମାନ୍ତରେ ବିଭୁ କୃପା ପାଇ
ବୈକୁଣ୍ଠରେ ସ୍ଥାନ ପାଏ ।
ନିଜ ବୋଝଟିକୁ ଅନ୍ୟ ମୁଣ୍ଡେ ଥୋଇ
କି ଲାଭ ପାଇବା ଭାଇ,
ଦୟାକରି କେହି ନିଜ ବୋଝଟିକୁ
ଅନ୍ୟ ମୁଣ୍ଡେ ରଖ ନାହିଁ ।