STORYMIRROR

sasmita patro

Classics

3  

sasmita patro

Classics

ବୋଇତ ବନ୍ଦାଣ

ବୋଇତ ବନ୍ଦାଣ

1 min
180

ମନେ ପଡେ ଆଜି ସେଇ ସାଧବ ପୁଅ

ତାଙ୍କରି ବୀର ଗୁଣ ଗାଥା

ସାତ ଦରିଆ ପାରି ବୋଇତ ରେ 

ବାଲି ଜାଭା ସୁମାତ୍ରା ଇଣ୍ଡୋନେସିଆ ଯାଇ

ବେପାର ବାଣିଜ୍ୟ କରି ଆଣୁଥିଲେ ଅନେକ ଧନ।

କଳିଙ୍ଗ ପ୍ରଦେଶ ଧନୀ ଦେଶ ରୂପେ ଥିଲା ବିଖ୍ୟାତ

ଅତୀତ ର ଗୌରବ କଥା 

 ଆଜିସେଇ କଳିଙ୍ଗ ମା ମନେ ପକାଏ

ତାର ସେଇ ବୀର ସନ୍ତାନ ଙ୍କୁ 

ଶୁଭୁ ନାହିଁ ଅ କା ମା ବୈ ଧ୍ୱନି

ହେଲେ ଭୁଲି ନାହୁଁ ସେଇ ବୀର ସାଧବଙ୍କୁ

ବୋଇତ ପାଣି ରେ ଛାଡି କୋଟି ପ୍ରଣାମ କରି

ଜନେଇଛୁ ଆମର ସ୍ନେହ ଆଦର  

ଉତ୍କଳ ଜନନୀ ର ତୁମେ ହେଲା ସୁପୁତ୍ର

ଆଜି ଗର୍ବିତ ଜନନୀ ତୁମ ମାନଙ୍କ ପାଇଁ

ଚିରସ୍ମରଣୀୟ ତୁମର ଗାଥା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics