Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kshitish Jena

Abstract Action Inspirational

4  

Kshitish Jena

Abstract Action Inspirational

ବୋହୂ

ବୋହୂ

1 min
365



ବିବାହ ବୟସ ହେବାରୁ ପିଲାଙ୍କ

ବାପାମାଆ କେହି ହଉ

ପୁଅକୁ ବିବାହ କରି ସେ ଘରକୁ

ଆଣିଥା'ନ୍ତି ନୂଆ ବୋହୂ ।


ଏଥିପାଇଁ ସିଏ ଖୋଜାଖୋଜି କରି

କରିଥା'ନ୍ତି ବୋହୂ ସ୍ଥିର 

ବହୁ ସରାଗରେ ଦୁହିଁଙ୍କର ପରା

କରନ୍ତି ସେ ବାହାଘର ।


ବୋହୂ ପାଦ ଯେବେ ଘରେ ପଡ଼ିଥାଏ

ହସି ଉଠେ ପରା ଘର

ଧିରେ ଧିରେ ପରା ଚିହ୍ନେ ସମସ୍ତଙ୍କୁ

ଭାବଇ ସିଏ ନିଜର ।


ପାଦ ଥାପି ଥାପି ବାଟ ଚାଲେ ବୋହୂ

ମୁଣ୍ଡରେ ଓଢ଼ଣୀ ଥାଏ

କିଏ ଦାଦା ଖୁଡ଼ି କିଏ ଗୁରୁଜନ

ସବୁକିଛି ଠଉରାଏ ।


ବୋହୂ ଦେଖିବାକୁ ପିଲାଠାରୁ ବଡ଼

ଆସନ୍ତି ବନ୍ଧୁ ପଡ଼ୋଶୀ

ବୋହୂ ଯେ ଆଦରେ ପାଖରେ ବସାଇ

ସଜ କରେ ହୋଇ ଖୁସି ।


ଶାଶୁ ପାଖେ ବସି ରୋଷେଇ ଶିଖଇ

ନୂଆ ବୋହୂ ଧିରେ ଧିରେ

ଶାଶୁ ଶଶୁର ଓ ସ୍ୱାମୀଙ୍କର ସେବା

ବ୍ରତ ଭାବି ବୋହୂ କରେ।


ଅନ୍ଧାରରୁ ଉଠି ନିତ୍ୟକର୍ମ ସାରି

ଚଉଁରାରେ ଢାଳି ଜଳ

ମୁଣ୍ଡିଆଟେ ମାରି ପରିବାରର ସେ

ମନାସେ ନିତି ମଙ୍ଗଳ ।


ଶାଶୁ ଶଶୁର ଯେ ବୋହୂକୁ ସର୍ବଦା

ଭାବେ ନିଜ ଝିଅ ପରି

ବାପା ବୋଉ ପରି ତୁମର ସେ ସେବା

କରିବ ନିଶ୍ଚେ ଆଦରି ।



Rate this content
Log in

Similar oriya poem from Abstract