STORYMIRROR

CHINMAYEE PRADHAN

Abstract Tragedy Thriller

3  

CHINMAYEE PRADHAN

Abstract Tragedy Thriller

ବଞ୍ଚିବାର ପଣ କରିଛି

ବଞ୍ଚିବାର ପଣ କରିଛି

1 min
124


ହୁତୁ ହୁତୁ ଜଳୁଥିବା ନିଆଁ ଲିଭି ଯାଇଛି 

ଲାଲ ଅଙ୍ଗାର ଥଣ୍ଡା ହେଇଗଲାଣି 

ଥଣ୍ଡା ପାଉଁଶ ଭିତରୁ ମୁଣ୍ଡ ଟେକୁଛି 

ମରି ପାରିବି ବା କେମିତି 

ମୁଁ ଯେ ବଞ୍ଚିବାର ପଣ କରିଛି ।


ଜୀବନ ଯୁଦ୍ଧରେ ଭେଟି ସାରିଛି  

କେତେ କେତେ ଅଜେୟ ଶତ୍ରୁଙ୍କୁ 

ଜୀବନେ ପାଇଛି କେତେ ଘୃଣା ପ୍ରତାରଣା 

ଆଶ୍ୱାସନା ବାହାନାରେ ପୁଣି କେତେ ପ୍ରବଞ୍ଚନା। 


ଛାତି ତଳେ ଚାପି ରଖିଛି ଅନ୍ତର କୋହକୁ

ଜବରଦସ୍ତ ବାନ୍ଧି ରଖିଛି ଆଖିର ଲୁହକୁ 

ନା କୋହ କେବେ ବାହାରକୁ ଆସିଚି 

ନା ଲୁହକୁ କେବେ ବହିବାକୁ ଦେଇଛି। 


ଥରେ ନୁହେଁ ବାରଂବାର ଧୋକା 

ଖାଇଛି 

ବାରଂବାର ବିଶ୍ୱାସ ମୋ ଭାଙ୍ଗିଛି 

କେତେ ଥର ତଳେ ପଡି ଉଠିଛି 

ମୁଁ ଯେ ବଞ୍ଚିବାର ପଣ କରିଛି। 


ସ୍ୱାର୍ଥପର ଦୁନିଆରେ ସମ୍ପର୍କର ସୁତା ଖିଅ

ଦୁର୍ବଳ ହେଇ ଛିଡି ଛିଡି ଯାଉଛି 

ସନ୍ଦେହରେ 

ସେଇ ରକ୍ତାକ୍ତ ସମ୍ପର୍କକୁ ହାତ ବଢ଼ାଇଛି।

ମୁଁ ଯେ ବଞ୍ଚିବାର ପଣ କରିଛି।



 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract