STORYMIRROR

Ghanashyam Biswal

Drama Others

3  

Ghanashyam Biswal

Drama Others

ବଞ୍ଚିବାକୁ ପାସୋରିଦେଲି

ବଞ୍ଚିବାକୁ ପାସୋରିଦେଲି

1 min
370

ଛୋଟ ଥିଲି ବୋଲି

କେବେ ବଡ଼ ହେବି ବୋଲି ମରି ଯାଉଥିଲି

କେବେ ନିଜ ଗୋଡ଼ରେ ସାଇକେଲର ପେଡାଲ ମାଡ଼ି

ମାମୁଁ ଗାଁ ଯିବି ବୋଲି ମରି ଯାଉଥିଲି

କ୍ଲାସରେ ଟପ୍ପର ହେବି ବୋଲି

ଆଉ ମାଟ୍ରିକ ପରୀକ୍ଷାରେ କେମିତି ହେଲେ ବି

ପାସ କରିବି ବୋଲି ମରିଯାଉ ଥିଲି

କେବେ କଲେଜ ପାଠ ପଢ଼ିବି

ଆଉ ହିରୋ ପରି ବୁଲିବି ବୋଲି ମରିଯାଉଥିଲି

କେବେ କଲେଜ ପାଠ ସାରି

ଚାକିରୀ ଖଣ୍ଡେ ପାଇବି ବୋଲି ମରିଯାଉଥିଲି

ଚାକିରୀ ପରେ

କେବେ ସୁନା କନିଆଟିଏ ପାଇବି ବୋଲି ମରିଯାଉ ଥିଲି


ମୃତ୍ୟୁର ଶେଯରେ

ଆଖିଭରା ଲୁହରେ

ହଠାତ ଦିନେ ହୃଦବୋଧ କଲି

ଆରେ...

ଏ କଣ କଲି

ମୁଁ ତ ବଂଚିବାକୁ ପୁରା ପାସୋରିଦେଲି......


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama