ବଞ୍ଚିବାକୁ ଲଢ଼େଇ
ବଞ୍ଚିବାକୁ ଲଢ଼େଇ
ସୌଭାଗ୍ୟ ହେତୁ ନର ଦେହ ବହି
ଜନମିଛେ ସର୍ବେ ମରତ ପୁରେ
ଜନମ ହୋଇଛେ କରିବାକୁ ହେବ
କର୍ମ କର୍ତ୍ତବ୍ୟ ମର୍ତ୍ତ୍ୟ ମଣ୍ଡଳରେ |
ବିବେକ ଖଟାଇ ସୁବିଚାରରେ କାର୍ଯ୍ୟ
କଲେ ପଡିବାନି ପ୍ରମାଦରେ
ସଫଳତାର ସୋପାନରେ ଆନନ୍ଦ ଖୁସି
ମିଳିବ ପ୍ରତ୍ୟେକ କ୍ଷେତ୍ରରେ |
ପ୍ରିୟ ବ୍ୟବହାର ଆଳାପରେ ବିଶ୍ୱାସ
ରଖି ଥିଲେ ନିଜ ହୃଦୟରେ
ସରବ ମାନବ ପରାଣ ଶାନ୍ତି ଦଉଡିରେ
ବନ୍ଧା ହୋଇଥାଏ ନିରନ୍ତରେ |
ଶ୍ରମଜୀବୀ କର୍ମଜୀବି ସରବ ମଣିଷ
ବିଶ୍ୱରେ ହୁଅନ୍ତି ନୂତନ ନିର୍ମାତା
ତାକୁ ଦୁଃଖର ପାହାଡ଼ ମଥାରେ ଛାଡି
ଶୋଷଣେ ଭାଂଗେ ତା ଅଣ୍ଟା |
ଛୁଞ୍ଚିଠାରୁ ଉପଗ୍ରହ ପର୍ଯ୍ୟନ୍ତ ଶ୍ରମଜୀବିର
ରହି ଥାଏ ବହୁ ଅବଦାନ
ପୁଂଜିବାଦୀ ସେ ଅବଦାନକୁ ଭୁଲି ଗଢେ
ନିଜର ଶୋଷଣର ମଥାନ |
ପୁଞ୍ଜିବାଦ ସମାଜେ ଆଧୁନିକ ଶାସକର
କଥା କୁ ଚାଲ ଦେଖିବା
ନିଜ ଗୁଣେ ନିଜେ ଚଉଦ ପାଆ ସ୍ୱୟଂ ଗାନ
ଗାଥା ଖାଲି ପାଇବା ।
କର୍ତ୍ତବ୍ୟରେ ଢିଲା ମାରି ଯେନ ତେନ ଭାବେ
ସମୟକୁ ଗଡ଼େଇ ନେଉଛି
ଚେତନାର ପଥ ରୋକିବାକୁ ଭୋଟରଙ୍କୁ
ଯୁଦ୍ଧଖୋରୀ ସ୍ଲୋଗାନ ଦେଉଛି |
ମହା ମହା ଯୋଦ୍ଧା, ଗୁରୁ, ଗୁରୁଜନ ଓ
ଆତ୍ମୀୟ ସ୍ୱଜନ ଯେତେରେ
ବିଜୟ ଅବା ପରାଜୟ ଲଭିଲେ ବଳି
ପଡ଼ନ୍ତି ଯୁଦ୍ଧରେ ତ ଶେଷରେ |
ସହି ହେଉନାହିଁ ଛଦ୍ମବେଶୀ ମଣିଷଙ୍କର
ବହୁ ରଙ୍ଗମୟ ଅତ୍ୟାଚାର
ହୃଦୟ ଲୋଡୁ଼ଛି ଆଜି ଗୋଟିଏ ଆବଶ୍ୟକୀୟ
ପଥ ଜନ ଚେତନାର |
ଦୁଃଖ ଦୂରୀଭିତ କରିବାକୁ ଦରକାର ତପସ୍ୟା
ଏକ ଯୋଗୀ ସଦୃଶ
ସତର ପଥିକକୁ ଜଳିବାକୁ ପଡିବ, ଏହା ହୋଇ
ପାରେ ଅସଫଳ ପ୍ରୟାସ |
'ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମି ଯୁଗେ
ଯୁଗେ' ଏକ କର୍ମ ଯୋଗୀର
ଜୀବନ ପାଇଁ ଏକ ମାତ୍ର ପଥ ଲଢ଼େଇ,
ଲଢ଼େଇ, ବଞ୍ଚିବାକୁ ଲଢ଼େଇର |
