STORYMIRROR

Satyabati Swain

Inspirational

4  

Satyabati Swain

Inspirational

ବଂଶୀ ହସେ

ବଂଶୀ ହସେ

1 min
331

ମା ବେଙ୍ଗ 

ନିଜ ପିଲା ଆଗେ ନିଜକୁ ବଡ଼

ପ୍ରମାଣ କରୁ କରୁ

ପେଟ ଫାଟି ଠୋ।


ଦୌଡ଼ ପ୍ରତିଯୋଗିତା

ମନ,ହୃଦୟ ଓ ମସ୍ତିଷ୍କରେ

ବଂଶୀ ହସେ

କିଏ ବଡ଼ !

କିଏ ଛୋଟ !

କାହାର ସତ୍ତା ଏଠି ସ୍ଥାୟୀ !

କିଏ ଏ ମୁଁ ?

ଏକ ସରଳ ବୁଝିଲା ପ୍ରଶ୍ନ

କେହି କିନ୍ତୁ ବୁଝେ ନାହିଁ।


ଯିଏ ଆଜିକା ତାରିଖରେ ବଡ଼

ସେ ଦିନେ ଛୋଟ ଥିବ ତ ନିଶ୍ଚୟ

ତେବେ ବଡ଼ କଣ ?

ସବୁ ତ ତୁଛ

ସବୁ ବି ମିଛ

ଅହଂ କାହିଁକି ଡେଙ୍ଗୁରା ପିଟୁଛି

ବଡିମା ଢୋଲ ବାଡଉଛି ?


ବନ୍ଦକର ଏ ଅହମିକା ଶବ୍ଦ

ଆକାଶ କାନ ବୁଜିଲାଣି

ମାଟି ସମୁଦ୍ରକୁ କାନିରେ ପୋଛୁଛି

ପବନ ଧଇଁ ପେଲି ହେଉଛି

ପାଣି ବରଫ

ତୁମ ଛୋଟ ବଡ଼ ପ୍ରତିଯୋଗିତା

ଫଳ ଘୋଷଣା ଶୁଣି।


ଅଦୃଶ୍ୟ

ଅଟ୍ଟହାସ୍ୟ କରେ

ନିର୍ବୋଧ ହୁଙ୍କାରେ

ସଂସାର ବର୍ଣ୍ଣବୋଧ ମୁରୁକି ହସେ

ମଣିଷର ଆଚରଣ ଓ ଉଚ୍ଚାରଣରେ।


ଲାଜ କଣ ଯେ

ଠିକ୍ ଅଛି ଛୋଟ ଅଛି

ଛୋଟ ଅଛି ବୋଲି ତ

ବଡ଼ର ଗୁରୁତ୍ୱ ଅଛି

ଛୋଟ ବି ଦିନେ ଆକାଶ ଛୁଇଁବ

ମେଘରେ ଗାଧୋଇବ

ଇନ୍ଦ୍ରଧନୁରେ ରଙ୍ଗେଇବ ସ୍ୱପ୍ନ

ଅନ୍ଧାର ବୁକୁ ଚିରି

ବଂଶୀ ହସିବ 

ନରମ ଦୁବର କାକର ବିନ୍ଦୁରେ ଓଦା ହୋଇ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational