STORYMIRROR

DR PRASANTA KUMAR BISWAL

Inspirational

4  

DR PRASANTA KUMAR BISWAL

Inspirational

ବନର ମହିମା

ବନର ମହିମା

1 min
220

    ସରବ ସମ୍ପଦେ ଭରା

ଯାହା ତୁ ଚାହିଁଛୁ  ତାହା ତୁ ପାଇଛୁ

    ସୁଖର ଭଣ୍ଡାର ପରା ।।

ତୋର ଗଛଲତା ଦୂରକରେ ବ୍ୟଥା

    ମନେ ଆନନ୍ଦ ଭରଇ, 

ପତ୍ର ଚେର ମୂଳି ଜାତିଜାତି କୋଳି

   ଦେହେ ଶକତି ଦିଅଇ ।।

ଝୁଣା ଲାଖ ତେଲ  କେତେ ଫଳ ଫୁଲ

    ଅକୁଣ୍ଠେ ବଢାଇ ଦେଉ,

ଜନମୁ ମରଣେ   ଆମ ସହଚର

    ବନ୍ଧୁ ପରି ପାଶେ ରହୁ ।।

ବିଭିନ୍ନ ଋତୁରେ  ପ୍ରକୃତି ଆସରେ

   ତେନ୍ତୁଳି ଅଁଳା ଓଉ,

କେନ୍ଦୁ କନ୍ଦମୂଳ  ଜାମୁ ବେଲ ତାଳ

    ସ୍ନେହରେ ପରଶୁ ଥାଉ ।।

ମହୁ ଆମ୍ବ ଆତ  ପିଜୁଳି କଇଥ

    ଶକ୍ତି ବର୍ଦ୍ଧକ ଅଟଇ,

ତାହାରି ଅଭାବେ  ଏବର ମଣିଷ 

  ରୋଗେ ନିତି ସଢୁଥାଇ ।।

ଆମ ଘରଲାଗି   ଯାହା ଦରକାର

    ବନରୁ ପାଇଛୁ ତୁହି,

ଜଙ୍ଗଲ ଅଭାବେ  ସଂସାର ଉଜୁଡେ

    ସବୁ ଦୁଃଖ ନିଏ ବହି ।।

ତୋର ଅବଦାନ  ଧନ୍ୟ ଏ ଜୀବନ 

     ଅବୁଝା ହୁଏ ମାନବ,

ଯେ ଡାଳେ ବସଇ ସେଡାଳ କାଟଇ

     ବଡ ବିଚିତ୍ର ଏ ଜୀବ ।।

ବିକାଶ ନାମରେ  ବିନାଶ କରୁଛି 

    ଯେତେ ତୋହର ସମ୍ପତ୍ତି, 

ନିଜେ କଷ୍ଟ ସହି  ଏ ମଣିଷ ପାଇଁ 

    ସୁଖ ସଜାଡୁ ଦିନରାତି ।।

ତୁହି ଆମ ମାତା  ଆମରି ଭରତା

     ଆଶିଷ ଟିକେ ରଖିବୁ,

 ସରଗର ସୁଖ  ମିଳେ ତୋହଠାରେ

   ତୋବିନା କଷ୍ଟ ଭୋଗିବୁ ।।

     ତ୍ୟାଗରେ ସଂସାର ପରା

ତ୍ୟାଗେ ମିଳେ ଶାନ୍ତି  ଭୋଗରୁ ବିପତ୍ତି 

     ଘଟୁଛି ସଂସାର ସାରା ।।।

    ସରବ ସମ୍ପଦେ ଭରା

ଯାହା ତୁ ଚାହିଁଛୁ  ତାହା ତୁ ପାଇଛୁ

    ସୁଖର ଭଣ୍ଡାର ପରା ।।।

================


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational