ବଣଭୋଜୀସଂଜୟ କୁମାର ତ୍ରିପାଠୀ
ବଣଭୋଜୀସଂଜୟ କୁମାର ତ୍ରିପାଠୀ
ନିଘଂଚ ଅରଣ୍ୟନୀରେ ଶୂନ୍ୟତାର ସାମ୍ରାଜ୍ୟ
ନୀରବତାର ଆଧିପତ୍ୟ
ସେ ଅଖ ଣ୍ଡ ଶାନ୍ତି ମୟ
ପରିବେଶକୁ
ଇଂଗିତ କଲେ ଦଳେ କ୍ଷୁଧା ପାଇଁ
ମଣିଷ
ପ୍ରକୃତି ରାଣୀର କୋଳକୁ
ଆସିଲେ ଖାଇବାକୁ
ଜଙ୍ଗଳର ପଶୁପକ୍ଷୀ – ପିଇଯିବାକୁ ଗିରିଝରଣା
ସେମାନଙ୍କ ଅଶୁଭ ପଦପାଦ ଦେଲା ଦର୍ଶନ ସଂକେତ
ଜଂଗଲକୁ, ଜଂଗଲଜାତ ଦ୍ରବ୍ୟକୁ, ଜଂଗଲ ଅଧିବାସୀଙ୍କୁ
କାଠ କାଠି ଝୁଣା ମହୁଲ ଲାଖ ଚାର କେନ୍ଦୁ ଡାଳକୁ
କଂଗଲରେ ନିର୍ବନ୍ଦରେ ଘୁରି ବୁଲୁଲୁଥିବା ତୃଣଭୋଜୀ,
ମାଂସାଶୀ ପଶୁ ଜଗତକୁ
ଜଙ୍ଗଲରେ ଛପି ରହିଥିବା ମାଓବାଦୀ ରୂପୀ କ୍ଷୁଧାତୁର
ମଣିଷଟିକୁ
ପ୍ରାକୃତିକ ପରିବେଶକୁ ମୁଖରିତ କରୁଥିବା କଳରବକୁ
ଚପଳ ଝୁଦା ମୟୁରୀକୁ ଅହିଂସା ବାଘଭାଲୁଙ୍କୁ
ଶିକାର କରିମାଂସ ଖାଇବାର ପ୍ରତିଯୋଗିତାରେ
ଉତ୍ତୀର୍ଣ୍ଣ ହୋଇ ମୁଁ ବାହାରିଲି
ଡୋକିରି ଚରାରେ ବଣଭୋଜି କରିବାକୁ ।
