STORYMIRROR

Secret Superstar

Inspirational

3  

Secret Superstar

Inspirational

ବନିଯା ନା ଟିକେ ତୁ ଧର୍ଯ୍ୟବାନ

ବନିଯା ନା ଟିକେ ତୁ ଧର୍ଯ୍ୟବାନ

1 min
136

ବିଫଳତା ର ଠିକଣା

        ସବୁ ବାଟ ଲାଗେ ବାଟବଣା

ସବୁ ପରିଶ୍ରମକୁ ଦେଇ ସମାଧି

         ମିଳେ ଅଳସୁଆ ଉପାଧି

    ହେଇପାରେ ଦୁନିଆ ରେ ମୁ ଏକା 

    ନା ନା ଦୁର୍ଭାଗ୍ଯ ନୁହେଁ ଜମା ।


ମୋ ପ୍ରିୟ ଭାଗ୍ୟ ଶୁଣ ଟିକେ

         ଯିବି ନାହିଁ ଦୂର କେବେ ଏକା କରି ତତେ

  ଲଢିଯିବି ଏପରି

        ଦୁନିଆ ପାଇଁ ଠିକ୍ ପାଗଳ ପରି ।


    ବନିଯା ନା ଟିକେ ତୁ ଧର୍ଯ୍ୟବାନ୍ 

   ଜିତିଯିବି ସବୁ ବାଜି ଭରି ତୋ ଓଠେ ଖୁସି 

   ଡାକିବ ଦୁନିଆ ତତେ ଶୁଣ୍ ଭାଗ୍ୟବାନ୍  ।


  ଉପହାର ସ୍ବରୂପ 

       ମିଳେ ଶୋକ ଦୁଃଖ   ସମ୍ମାନ

       ସଭି ଠୁ ମିଳେ ଅପମାନ 

 ଯା କୁ କରେ ବିଶ୍ବାସ

       ମିଳେ ସେଠି ପରିହାସ 

          ମୋ ପାଇଁ ମଳୟ 

        ପ୍ରେମ ନୁହେଁ ବିରହ 

          ଶୁଣ ତୁ ସମୟ 

     ନା ନା ତୁ ଖରାପ ନୁହେଁ ଜମା ।


ମୋ ବନ୍ଧୁ ସମୟ ଶୁଣ ତୁ ଟିକେ

          ଯିବି ନାହିଁ ଏକା କରି କେବେ ତତେ

 ଭଲପାଉଛି ପାଇବି ସଭିଙ୍କୁ ନିଜର ପରି 

   ଦୁନିଆ ପାଇଁ ଠିକ୍ ପାଗଳ ପରି 


   ବନିଯା ନା ଟିକେ ତୁ ଧର୍ଯ୍ୟବାନ୍ 

ତୋ ମଳୟେ ଭରିଦେଇ ପ୍ରେମ

ଜିତିଯିବି ସଭିଙ୍କ ସ୍ପନ୍ଦନ 

ଡାକିବ ଦୁନିଆ ତତେ ଶୁଣ ବଳବାନ ।


 ଭାଗ୍ୟ ତୋ ପଥ ଦେବରଚିତ 

           ଭଟକିବୁ ତୁ କାହିଁ 

ରେ ସମୟ ତୋ ପଥ ବିଧିନିର୍ମିତ 

           ଅଟକିବୁ ତୁ କାହିଁ

   ଅଟକିବ ଯଦି କିଛି ମୋ କୁଅଭ୍ଯାସ

   ବଦଳିବ ଯଦି କିଛି ମୋ ଜୀବନ ପଥ ।

  

ମୋ ପ୍ରିୟ ମୋ ଭାଗ୍ଯ ମୋ ବନ୍ଧୁ ମୋ ସମୟ 

     ବନିଯା ନା ଟିକେ ତୁ ଧର୍ଯ୍ୟବାନ୍ 

କରିବି ମୁ ମୋ ସପନ ପୂରଣ

ଯେ ମୋ ହୃଦର ସ୍ପନ୍ଦନ 

     ଦୁନିଆ ପାଇଁ ଠିକ୍ ପାଗଳ ପରି

 

      ଡାକିବ ଦୁନିଆ ତତେ

      ରେ ସମୟ ତୁ ବଳବାନ୍ 

      ଭାଗ୍ଯ ତୋ ପାଇଁ ଭାଗ୍ୟବାନ୍ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational