STORYMIRROR

Sudhanjali Mishra

Action

3  

Sudhanjali Mishra

Action

ବନୀକରଣ

ବନୀକରଣ

1 min
326

ବନ ହିଁ ଜୀବନ ବନ ହିଁ ପ୍ରାଣ

କରିବା ଆସହେ ବନୀକରଣ

ଆଇନ ସତ୍ତ୍ବେବି ହେବା ସଚେତନ

କରିବା ଜନ ଜାଗରଣ ...

ବନ ହିଁ ଜୀବନ .......(୦)


ଜୁଲାଇ ମାସର ପ୍ରଥମ ସପ୍ତାହେ

ବନୀକରଣର କାର୍ଯ୍ୟକ୍ରମ

ଜଙ୍ଗଲ ସୁରକ୍ଷା ହେବ ଆମ ଦୀକ୍ଷା

ସଭିଏଁ କରିବା ଏକପଣ ...

ବନ ହିଁ ଜୀବନ ...(୧)


ଆମ ହିତେ ବନ ଦେଇଥାଏ ପରା

ଝୁଣା ମହୁ କାଠ ମୂଲ୍ୟବାନ

ସ୍ବାର୍ଥାନ୍ଧ ମନୁଷ୍ୟ ନକର ହେ ଧ୍ବଂସ

ବନ ପରା ଅଟେ ଆମ ଜୀବନ ...

ବନ ହିଁ ଜୀବନ ...(୨)


ବାତ୍ୟା ନିୟନ୍ତ୍ରଣ ପଶୁ ସଂରକ୍ଷଣ

କରେ ପରା ଏଇ ବନୀକରଣ

ସ୍ବାର୍ଥନ୍ଧ ମନୁଷ୍ୟ ହୁଅ ସଚେତନ

କରହେ ଏହାକୁ ହୃଦୟଙ୍ଗମ ...

ବନ ହିଁ ଜୀବନ ...(୩)

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action