ବନ୍ଦୁକ ମୁନରେ ଜୀବନ
ବନ୍ଦୁକ ମୁନରେ ଜୀବନ
ବଡ଼ କଷ୍ଟରେ ମିଳିଛି ଆମକୁ ଆମର ଏହି ସ୍ୱାଧୀନତା
ତିରଙ୍ଗାକୁ ଦେଖି ଖୁସିରେ ହସୁଛି ଏବେ ଆମ ଭାରତମାତା |
ଏହି ତିରଙ୍ଗା ଆମର ମାନ ସମ୍ମାନ ଆମ ଗୌରବ
ସାରା ଦୁନିଆରେ ଫର ଫର ଉଦେ ଦେଖନ୍ତି ମାନବ |
ଆରେ ତାକୁ ଦେଖିଦେଲେ ଆମ ଛାତି କେତେ ଫୁଲିଯାଏ
ଆମ ଏହି ଶରୀରରେ ଶତସିଂହର ସବୁ ବଳ ଆସିଯାଏ |
ଲୁଟିବାକୁ ଯେତେ ଯିଏ ଆସିଥିଲେ ଲୁଟି ସବୁ ଚାଲିଗଲେ
କିନ୍ତୁ ଆମକୁ ତାଙ୍କର ଦାସ କରିବାର ଆଶା ହରାଇଦେଲେ |
ଆମରି ସଂସ୍କାର ଆଗରେ ସଭିଏଁ ତାଙ୍କ ହାତ ଯୋଡ଼ିଦେଲେ
ଆମ ମହାନତା ଦେଖି ସେମାନେ ଲଜ୍ଜ୍ୟାରେ ମଥା ପାତିଦେଲେ |
ଆମେ ସଭିଏଁ ସେହି ବୀର ଶହୀଦଙ୍କ ଅଟୁଟି ବଂଶଜ
ଏବେ ବି ଆମ ରକ୍ତରେ ରହିଛି ବୀରତାର ସେହି ତେଜ |
ଆମେ ବନ୍ଦୁକ ମୁନକୁ ବନ୍ଦୁକ ମୁନରେ ଦେଉ ଶିକ୍ଷା
ବନ୍ଦୁକ ମୁନରେ ଜୀବନ ରଖି ସୀମାକୁ କରୁଛୁ ସୁରକ୍ଷା |
ଆମ ସେହି ବୀର ଦେଶର ସୈନିକ ଆମର ଗୌରବ
ବନ୍ଦୁକ ମୁନରେ ଜୀବନ ରଖନ୍ତି ତାଙ୍କୁ କିଏ ଡ଼ରାଇବ ?
ବନ୍ଦୁକ ମୁନରେ ଜୀବନ ରଖିବା ଆମଠାରୁ ତୁମେ ଶିଖ
ହସି ହସି ସବୁ ତିରଙ୍ଗା ଉଡ଼ାନ୍ତି ତାଙ୍କୁ ଦେଖ |
ତାଙ୍କ ପରିବାର ଅଂଶ ଆମ ଦେଶର ତାଙ୍କୁ ପ୍ରଣାମ
ବର୍ଷା ଖରା ଶୀତ ସହି ଜଗନ୍ତି ବନ୍ଦୁକ ମୁନରେ ଜୀବନ |
ହସି ହସି ସେହି ବୀର ସୈନିକ ଲଢେ ଦେଶପାଇଁ
ଶତ୍ରୁକୁ ହରାଏ ବୀରତାରେ ବନ୍ଦୁକ ମୁନରେ ଜୀବନ ଥୋଇ |
ରଣକ୍ଷେତ୍ରରେ ହୁଙ୍କାର ଭରେ ରଖି ବନ୍ଦୁକ ମୁନରେ ଜୀବନ
କରିଥାଏ ପଣ ରଖିବ ଦେଶ ମାତୃକାର ସିଏ ସମ୍ମାନ |
ନିଜ ମାତା ଠାରୁ ବଳି ଅଟେ ବଡ଼ ମାତୃଭୂମି
ବନ୍ଦୁକ ମୁନରେ ଜୀବନ ରଖି ଦିଏ ସିଏ ପ୍ରାଣମି |
ସେହି ବୀର ସୈନିକ ହସି ହସି ହୁଏ ଶହୀଦ
ବନ୍ଦୁକ ମୁନରେ ଜୀବନ ରଖି ଲଢ଼ିବା ତାହାର ଜିଦ |
ସେମାନଙ୍କୁ ସବୁ କରୁ ଆମେ ଶତ ଶତ ପ୍ରଣାମ
ବନ୍ଦୁକ ମୁନରେ ଜୀବନ ରଖି ରକ୍ଷକ ସାଜିଛି ଆମ |
