STORYMIRROR

Samar Ballav Bhoi

Abstract Tragedy Inspirational

4  

Samar Ballav Bhoi

Abstract Tragedy Inspirational

ବନ୍ଦୀ

ବନ୍ଦୀ

1 min
215


ମଣିଷ ଜୀବନ ସହିତ ଯୋଡା

ଚରିତ୍ର, ସ୍ବଭାବ ଓ କର୍ତ୍ତବ୍ୟ

ମଣିଷ ଜାଣତରେ ହେଉ ଅବା ଅଜାଣତରେ

ଭୁଲରେ ଅନେକ କିଛି ଘଟଣା ଘଟିଥାଏ

ଜୀବନର ଚଲାପଥେ....

ଯାହା ପାଇଁ ମିଳିଥାଏ ଜୀବନର ଶାସ୍ତି

କେବେ କେବେ କାରାବରଣ ତ

କେବେ ପୁଣି ବନ୍ଦୀର ଜୀବନ....!!


ଦୋଷ ଓ ଦୋଷୀ ପରସ୍ପର 

ଅଙ୍ଗାଙ୍ଗୀ ଭାବେ ଜଡ଼ିତ

ବନ୍ଦୀ ଜୀବନଟା ଭାରି କଷ୍ଟକର

ସମାଜ ଆଖିରେ କିଏ 

ଦୋଷୀ ଲୁଣ୍ଠନ କାରୀ ଓ ଅତ୍ୟାଚାରୀ 

କିଏ ଏଠି ଭଦ୍ରମୁଖା ମଣିଷ ପରି

କିଏ ପୁଣି ନିର୍ଦୋଷ ନିରବ ମଣିଷ

ଆଇନର ନିୟମକୁ ଭାଙ୍ଗି 

ଚାଲିଥାଏ ବନ୍ଦୀ ଶାଳାକୁ ଅହରହ 

ଭାବନାର ଅନ୍ତରାଳେ

ଯେଉଁଠି କାଟିଥାଏ ସାରାଜୀବନର

ପ୍ରତ୍ୟେକ ସକାଳ ଓ ସନ୍ଧ୍ୟା...!!


ଦେଶର ସ୍ଵରାଜ୍ୟ ପାଇଁ ଲଢିଥିଲେ

ବନ୍ଦୀ ଗୃହେ ରହିଥିଲେ ଗାନ୍ଧୀ ଗୋପବନ୍ଧୁ

ଆଉ ପୁଣି କେତେ ସ୍ବାଧୀନତା ସଂଗ୍ରାମୀ

ବନ୍ଦୀରେ ଲେଖିଲେ କେତେ ଯେ 

ଦେଶ ପାଇଁ ହିତବାଣୀ

ଭାରତର ସ୍ଵାଧୀନତା ପାଇଁ 

କେତେ ଲାଠିମାଡ଼ ଚାବୁକ ପ୍ରହାର

ବନ୍ଦୀ ଗୃହେ ସଭିଏଁ କାଟିଥିଲେ ଦିନ

ଇତିହାସ କହେ ବନ୍ଦୀ କାହାଣୀ ଜୀବନ 

ଯାହା ଦେଇଥିଲା ଭାରତକୁ 

ସ୍ବାଧୀନତା ସ୍ବାଦର ଚନ୍ଦନ....!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract