STORYMIRROR

Suresh chandra Padhy

Classics

4  

Suresh chandra Padhy

Classics

ବନ୍ଦୀ ଜୀବନ

ବନ୍ଦୀ ଜୀବନ

1 min
347

କବିତା(ବନ୍ଦୀ ଜୀବନ)


ବନ୍ଦୀ ଜୀବନ ଦୁଃଖ ଜୀବନ

ଜାଣିଛନ୍ତି ବିଜ୍ଞ ସାଧୁ ଜନ,

ବନ୍ଦୀ ଜୀବନ ବିତାଇଛି ଯିଏ ହୋଇ

ଅଛି ଜଗତେ ମହାନ।

ଦେବକୀ ବାସୁଦେବ ବିତାଇଲେ

ବନ୍ଦୀ ଜୀବନ,

କଂସ ପାଇଁ ଦୁହେଁ କାଟିଲେ ବନ୍ଦୀ ଜୀବନ।

ଗାନ୍ଧି ଗୋପ ବନ୍ଧୁ କଟାଇଲେ ବନ୍ଦୀ ଜୀବନ,

ଦେଶ ପାଇଁ ନିଜ ଜୀବନ କୁ କରିଥିଲେ ସମର୍ପଣ।

ରାଜା ଉଗ୍ରସେନ କାଟିଥିଲେ ବନ୍ଦୀ ଜୀବନ,

ଦ୍ୱାର ପାଳ ହୋଇ ଜଗି ଥିଲେ ବୋଲି

ଦର୍ଶନ କଲେ ପ୍ରଭୁ ବଦନ।

ମା ସୀତା କାଟି ଥିଲେ ବନ୍ଦୀ ଜୀବନ,

ମହା ସତୀ ହୋଇ ଅଶୋକ ବନେ 

ବିତାଇଲେ ଦିନ।

ଭାରତ ବର୍ଷେ ଜନ୍ମି କେତେ ମହା ପୁରୁଷ ବିତାଇଲେ ବନ୍ଦୀ ଜୀବନ,

ତ୍ୟାଗି ଯୋଗୀ ମହା ପୁରୁଷ ଧନ୍ୟ ତାଙ୍କ ଜୀବନ।

କୋରୋନା କାଳେ ବିତଉଛେ ଆମେ 

ବନ୍ଦୀ ଜୀବନ,

ନିଜ ଗୃହେ ବନ୍ଦୀ ହୋଇ ରହି ଅଛେ

ମହା ମାରି କୁ କରିବାକୁ ମୋଚନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics