STORYMIRROR

Smruti Sephali Meher

Abstract

2  

Smruti Sephali Meher

Abstract

ବନ୍ଧୁତ୍ବ

ବନ୍ଧୁତ୍ବ

1 min
3.4K

ହଜି ଯାଇପାରେ ଅନେକ ସ୍ମୃତି

ଲୁଚି ଯାଇପାରେ ଅନେକ ବିଭସ୍ଚ କାହାଣୀ

ଋତୁଚକ୍ର ଭଳି ବଦଳିପାରେ ପିଲାଦିନ

ସାଂଗ ସାଥି ମେଳର ଅଝଟପଣ

ଜୀବନ ପାବଚ୍ଛରେ ଅତିକ୍ରମ କରିଯାଏ

ସ୍ବପ୍ନର ଅନେକ ବାଲିଘର

ଅସ୍ମିତାର ପ୍ରତି ଅଂଗରେ ଲାେଟିପଡେ

ମୁଠା ମୁଠା ଉଚ୍ଛ୍ବାସ

ଦୁଃଖ , ଯନ୍ତ୍ରଣା ମଧ୍ୟରେ ବି

ପଲ୍ଲବିତ ହାେଇପାରେ ନୂତନ ଆଶା 

ଅସ୍ତବ୍ୟସ୍ତ ଦଦରା କଷ୍ଟକୁ

ରୂପ ଦେଇ ଛିଡା ହାେଇପାରେ ଅଟ୍ଟାଳିକା

ବନ୍ଧୁ ! ହୃଦୟର ପ୍ରତି ସ୍ପନ୍ଦନର ବିନ୍ଦୁ 

ଅଂକୁରିତ ଗାେଲାପ କଳିକାର ଇନ୍ଦୁ

ରକ୍ତକୁ ପାଣି କରିଦେଇ

ଜୀବନ ଦେଇପାରୁଥିବା ପ୍ରକୃତ ବନ୍ଧୁ

ବନ୍ଧୁର ପଥରେ ସାଥେ ଚାଲିପାରୁଥିବା 

ମାଟି ମନସ୍କ ଦରଦୀ ବନ୍ଧୁ

ଶର୍ବରୀର ଅନ୍ଧା୍ରରୁ ମୁକ୍ତି ଦେଇପାରୁଥିବା 

କେବଳ ସେହି ବନ୍ଧୁ

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract