STORYMIRROR

Binata Mohanta

Romance

3  

Binata Mohanta

Romance

ବନ୍ଧୁତ୍ବ ବଢାଏ ଏକ କପ୍ କଫି

ବନ୍ଧୁତ୍ବ ବଢାଏ ଏକ କପ୍ କଫି

1 min
156

ବ୍ୟସ୍ତ ଭରା ଦିନ ଆରମ୍ଭ ହୁଏ 

        ସକାଳରଏକ କପ୍ କଫିରୁ

କଫି ପିଉ ପିଉ ନଜର ବୁଲାଇ ଆଣୁ

         ପ୍ରତିଦିନ ଖବରକାଗଜ ଉପରୁ ।


ମୁଁ ହିଁ ପ୍ରବେଶିଲି ରୋଷେଇ ଶାଳକୁ

         ସଭିଙ୍କ ବରାଦ କରିବାକୁ ପୁରଣ

ବାବୁଗଲେ ଗଛରେ ପାଣି ଦେବାକୁ

         ଏହା ଥିଲା ତାଙ୍କ ପ୍ରାତଃ ଭ୍ରମଣ ।


ନିତିଦିନ ଅତିବାହିତ କରୁ ଆମେ

         ସଂପର୍କର ଏହି ମଧୁର ଅନୁଭୁତି ସହ

ସାତଦିନ ଏହି ଭଳି ଗଡିଯାଏ

         ଆରମ୍ଭ ହୁଏ ପୁଣି ଏକ ନୂତନ ସପ୍ତାହ ।


ଅଫିସରୁ ଫେରି କହିଲେ ବାବୁ

          ପ୍ରବଳ ଗୁଳୁଗୁଳି ସହ ଗରମ ଆଜି

କୋଲଡ କଫି ଟିକେ ବନାଇ ବକି

          ଥଣ୍ଡା ପିଇବାକୁ ମନ ହଉଛି କାହିଁକି?


ଶୀଘ୍ର ଯାଇ ମୁଁ ବନାଇ ଆଣିଲି

          ଥଣ୍ଡା କଫି କପ୍ ଟି ତାଙ୍କୁ ବଢାଇ ଦେଲି

ଆଉ ଗୋଟେ କପ୍ ମୁଁ ପିଇଲି

         ବନ୍ଧୁତ୍ବର ସଂପର୍କ ଏହି କଫିରୁ ପାଇଲି ।


ସକାଳର ବାମ୍ଫ ଉଠା କଫି ସହ

           ସଂସାର ଗାଡ଼ି ଚାଲେ ଆମର

ସଂନ୍ଧ୍ୟାର କୋଲଡ କଫି ସହ

           ଘନିଷ୍ଠତା ବଢେ ପତିପତ୍ନୀ ସଂପର୍କର ।

             


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance