STORYMIRROR

baishnaba meher

Abstract

3  

baishnaba meher

Abstract

ବନ୍ଧୁତା

ବନ୍ଧୁତା

1 min
119

ପୁରୁଷ ହଉ ଅବା ସ୍ତ୍ରୀ....

ଦୁହିଙ୍କ ଭାବର ଆଦାନ ପ୍ରଦାନ ବନ୍ଧୁତା,

ବନ୍ଧୁତା ଆଗରେ ନଥାଏ ଧର୍ମଭାବ,

ଅବା କିଛି ଜାତି ଗତ ଭାବନା;

ନଥାଏ ଛୋଟ ବଡ ଅଭିମାନ,

ପୁଣି ରୁହେ ପରସ୍ପର ମଧ୍ୟରେ ସମ୍ମାନ,

ଖଟିଗପ, ମଜାକଥା, ନିଜସ୍ୱ ଭାବନା,

ପରସ୍ପରର ସ୍ପୃହାକୁ ଆପଣେଇବା ହିଁ ବନ୍ଧୁତା ।


ସମ୍ପର୍କଟି ସବୁବେଳେ ବିଶ୍ୱାସରେ ଠିଆ,

ମିଛ ପ୍ରତିଶ୍ରୁତି, ଛଳନା ଭାଙ୍ଗେ ବନ୍ଧୁତା,

ଯାହା ମନେ ରହିଥାଏ କପଟତା,

ହରେଇବସେ ସେ ବନ୍ଧୁ ହେବାର ଯୋଗ୍ୟତା;

ଦୁଇ ସ୍ରୋତଶ୍ୱିନୀର ମିଳନ ପରି,

ପରସ୍ପରର ସୁଖେ ଦୁଃଖେ ସାମିଲ ହେବା,

ଉଭୟେ ଉଭୟଙ୍କ ସହଚର ରହି,

ଖୁସିରେ ଜୀବନ ବିତେଇବା ହିଁ ବନ୍ଧୁତା ।


କଳୁଷିତ ସମାଜ ଆଗରେ ଆଜି,

ମଣିଷ ହରେଇ ବସିଛି ବନ୍ଧୁତ୍ୱର ମହତ୍ତ୍ୱ,

ଈର୍ଷା, କାମନା, କ୍ରୋଧ, ମୋହ,

ଯହିଁ ସାଜିଛି ଜୀବନର ମୂଳ ମନ୍ତ୍ର;

ସତ୍ତାର ଅକ୍ତିଆର ହଉ ଅବା...

ବଞ୍ଚିବାର ବିପଦାସଂକୁଳ ସଂଘର୍ଷ ଭିତରେ,

ନିଜର ସ୍ଥିତି ଖୋଜୁ ଖୋଜୁ,

ପୁଣି ଭୁଲି ଯାଉଛି ବନ୍ଧୁତ୍ୱର ମହତ୍ତ୍ୱ ।



Rate this content
Log in

Similar oriya poem from Abstract