STORYMIRROR

MADHU MITA

Inspirational

3  

MADHU MITA

Inspirational

ବନ୍ଧୁତା

ବନ୍ଧୁତା

1 min
12K

ଅକୁହା.. କିଛି ଶୁଣା ଯାଇ ଥାଏ

ଅଦେଖା.. କିଛି ଦେଖା ଯାଇ ଥାଏ

ଅଛୁଆଁ.. କିଛି ଧରାଇ ଯାଏ

ଅପ୍ରାପ୍ୟ.. କିଛି ଆପଣାଇ ନିଏ

ଯେତେବେଳେ କିଏ ଜଣେ କହି ଦିଏ

ମୁଁ .. ତୁମର


ଅସ୍ତିତ୍ବ କୁ ଟିକେ ଦୋହଲାଇ ଦିଏ

ସମ୍ପର୍କ କୁ ଟିକେ ମଜବୁତ କରି ନିଏ

ବିଶ୍ୱାସ ରେ ମନ କିଣି ନିଏ

ମନ ଯଦି କହି ଉଠିଥାଏ

ମୁଁ..ତୁମର


ଆଉ କିଛି ଡର ନ ଥାଏ

କେଉଁ ରାସ୍ତା ରେ କଷ୍ଟ ନ ଥାଏ

ଚାଲିଲେ କେବେ ଥକା ନ ଥାଏ

ଆଉ କିଛି..ଦ୍ଵନ୍ଦ ନ ଥାଏ

ଯଦି.. ସେ ଥରେ କହି ଦିଏ

ଏକା ନୁହଁ ତୁମେ କେବେ..ଜାଣି ଯାଅ

ମୁଁ..ତୁମର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational