STORYMIRROR

Smitali Priyadarsini Panda

Tragedy Others

4  

Smitali Priyadarsini Panda

Tragedy Others

ବନ୍ଧୁତା

ବନ୍ଧୁତା

1 min
482

ସମ୍ପର୍କର ଡୋର ମୋ ହାତରେ ବାନ୍ଧି

ବନ୍ଧୁତ୍ୱର ଦେଲ ନାମ

ଏକାନ୍ତ ପଥର ସାଥି ଟିଏ ହୋଇ

ଦୂରାଇଲ ବ୍ଯତିକ୍ରମ   ।


ବନ୍ଧୁ ପ୍ରିୟ ଜନ ଅଛନ୍ତି ଯେ କେତେ

ତୁମ ପରି ନୁହେଁ କେହି

ବନ୍ଧୁ ତୁମ ପାଇଁ ପଦିଏ ଲେଖୁଛି

ହୃଦୟର ଶବ୍ଦ ନେଇ   ।


ଦେଖେ ସବୁବେଳେ ଆଖିରେ ତୁମର

ପ୍ରତିଛବି ବନ୍ଧୁତ୍ବର

ଓଠେ ଥାଏ ହସ ତୁମ ଆଗମନେ

ଭୟ ସବୁ ହୁଏ ଦୂର   ।


ଭାଇ ପରି ସେହ୍ନ ଦିଅ କେବେ ଢାଳି

ଭଗ୍ନୀ ପରି ପାଅ ଭଲ

ଆଶାଠୁ ଅଧିକା ଲାଗେ ଭାରି ମିଠା

ବନ୍ଧୁ ମୋ ଅମୂଲ ମୂଲ   ।


କିବା ମୋର ପାସେ ଅବା ଦୂର ଦେଶେ

ଯେଉଁଠାରେ ଥାଅ ରହି

ସମ୍ପର୍କର ଡୋର ଅତୁଟ ରହିବ

ବନ୍ଧୁତ୍ବର ନାମ ବହି   ।


ଆମ ଏ ବନ୍ଧୁତ୍ବ ଚିରଦିନ ପାଇଁ

ରହିଥିବ ସ୍ମରଣୀୟ

ଦୁନିଆଁ ଆଗରେ ପ୍ରେରଣା ସାଜିବ

ନେଇ ନୂଆ ପରିଚୟ   ।


Rate this content
Log in

Similar oriya poem from Tragedy