ବନ୍ଧୁତ୍ୱ
ବନ୍ଧୁତ୍ୱ
ବନ୍ଧୁତ୍ୱ ଅଟଇ ଅନାବିଳ ଅବ୍ୟକ୍ତ ସେ ପ୍ରେମ
ପ୍ରତିଟି ମୁହୂର୍ତ୍ତରେ ସେ ଅଟେ ମର୍ମ ,କର୍ମ, ଧର୍ମ ।
କୌଣସି ସୀମା ରେଖା ବନ୍ଧୁତ୍ୱକୁ ବାନ୍ଧି ତ ପାରେନା
ମୁହଁରେ ସ୍ମିତହସ ତ କେବେ ମଉଳି ପଡେନା ।
ବନ୍ଧୁଟି ବୁଝିପାରେ କୋମଳ ହୃଦୟର କଥା ,
କିଛି ଯଦି ଭୁଲ କରିଦେ ନଇଁ ଯାଏ ତା ମଥା ।
ଏତିକି ଜାଣିଛି ମୁହିଁ ପୁଣି ଏତିକି ବୁଝିଛି ,
ବନ୍ଧୁତ୍ୱର ପରିଭାଷା ପୁରାଣରୁ ମୁଁ ଶିଖିଛି ।
କୃଷ୍ଣ ଓ ସୁଦାମାଙ୍କ ବନ୍ଧୁତ୍ୱ ଅମର ଅଟଇ ,
ସ୍ନେହ ଶ୍ରଦ୍ଧା ଭଲ ପାଇବାର ପ୍ରତୀକ ସେ ଦୁଇ ।
