Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Saroj Kumar Ojha

Inspirational

3  

Saroj Kumar Ojha

Inspirational

ବନ୍ଧୁତ୍ୱ

ବନ୍ଧୁତ୍ୱ

1 min
157



ବନ୍ଧୁ ପରି ଗୁଣ ସବୁରି ହୃଦୟେ,

ଥାଇ ସୁଦ୍ଧା ଲାଗେ ଅଭିନୟ ।

ଦୂରୁ ଦେଖି ହସ ଫୁଟୁଥିବା ଚିହ୍ନ,

ବନ୍ଧୁତ୍ୱର ଏହା ପରିଚୟ ।


ବିପଦର ପାଶେ ଠିଆହୋଇ ଥିଲେ,

ହୃଦୟେ ଜାତ ଯେ ଆପଣା ବନ୍ଧୁ ।

ଦୁର୍ଦ୍ଦିନ ସମୟେ ସହଯୋଗ ହାତ,

ବଢ଼ାଇଲେ ଜନ୍ମେ ପ୍ରେମର ସିନ୍ଧୁ ।


ବନ୍ଧୁତ୍ବପୂର୍ଣ୍ଣ କଥା ବାରତାରେ,

ପରିଚୟ ମିଳେ ଘନିଷ୍ଠତା ।

ସମୟ ସହିତ ତାଳ ଦେଇ ଯିଏ,

ଚାଲିବାରେ ମିଳେ ବରିଷ୍ଠତା ।


ଜୀବନ ଯୁଦ୍ଧରେ ହାରୁଥିଲେ ବନ୍ଧୁ,

ସଇନ ରୂପରେ ଦଣ୍ଡାୟମାନ ।

ପରିବାର ଦୁଃଖ ଲାଘବ ନିମିତ୍ତ,

ସମାଜରୁ ମିଳେ ସନମାନ ।


ବନ୍ଧୁ ପ୍ରତି ବନ୍ଧୁ ଶରଧାର ମାନ,

ଆଚାରେ ବିଚାରେ ନାହଁ ଅନ୍ତର,

ମାନବିକତ୍ୱକୁ ହୃଦୟରେ ଘେନି,

ଗାଅ ବନ୍ଧୁତ୍ଵର ମନ୍ତର ।


ଆପଣା ବନ୍ଧୁଙ୍କୁ ଉଚ୍ଚ ଆସନରେ,

ବହୁବାର ଘେନ ନମସ୍କାର ।

ଅନ୍ତରଙ୍ଗ ବନ୍ଧୁ ପ୍ରତି ସତ କର୍ମ,

ଥିଲେ ହେବ ଆମ ଜୟ ଜୟ କାର ।

ଆଖି ସଙ୍ଗେ ଆଖି ମିଳିଗଲେ,

ହୁଏ ମହାବନ୍ଧୁତ୍ୱର ପରିବାର ।।


Rate this content
Log in

Similar oriya poem from Inspirational