ବନ୍ଧୁତ୍ୱ
ବନ୍ଧୁତ୍ୱ
ବନ୍ଧୁ ପରି ଗୁଣ ସବୁରି ହୃଦୟେ,
ଥାଇ ସୁଦ୍ଧା ଲାଗେ ଅଭିନୟ ,
ଦୂରୁ ଦେଖି ହସ ଫୁଟୁଥିବା ଚିହ୍ନ,
ବନ୍ଧୁତ୍ୱର ଏହା ପରିଚୟ ।
ବିପଦର ପାଶେ ଠିଆହୋଇ ଥିଲେ,
ମନରେ ଜାତ ଯେ ସୁନ୍ଦର ବନ୍ଧୁ ,
ଆର୍ଥିକ ସଙ୍କଟେ ସହଯୋଗ ହାତ
ବଢ଼ାଇଲେ ଜନ୍ମେ ପ୍ରେମର ସିନ୍ଧୁ ।
ବନ୍ଧୁତ୍ବପୂର୍ଣ୍ଣ କଥା ବାରତାରେ,
ପରିଚୟ ମିଳେ ଘନିଷ୍ଠତା ,
ସମୟ ସହିତ ତାଳ ଦେଇ ଯିଏ,
ଚାଲିବାରେ ମିଳେ ବରିଷ୍ଠତା ।
ଜୀବନ ଯୁଦ୍ଧରେ ହାରୁଥିଲେ ବନ୍ଧୁ,
ସଇନ ରୂପରେ ଦଣ୍ଡାୟମାନ ,
ପରିବାର ଦୁଃଖ ଲାଘବ ପାଇଁ
ସମାଜରୁ ମିଳେ ସନମାନ ।
ବନ୍ଧୁ ପ୍ରତି ବନ୍ଧୁ ଶରଧାର ମାନ
ଆଚାରେ ବିଚାରେ ନାହଁ ଅନ୍ତର,
ମାନବିକତ୍ୱକୁ ହୃଦୟରେ ଘେନି
ଚାଲୁଥାନ୍ତୁ ଫୁଙ୍କି ମନ୍ତର ।
ଆପଣା ବନ୍ଧୁଙ୍କୁ ଉଚ୍ଚ ଆସନରେ
ବହୁବାର ଘେନ ନମସ୍କାର ,
ଅନ୍ତରଙ୍ଗ ବନ୍ଧୁ ପ୍ରତି ସତ କର୍ମ
ଥିଲେ ହେବ ଆମ ଜୟ ଜୟ କାର ।
ଆଖି ସଙ୍ଗେ ଆଖି ମିଳିଗଲେ,
ହୁଏ ମହାବନ୍ଧୁତ୍ୱର ପରିବାର ।
