STORYMIRROR

pratap nayak

Inspirational

3  

pratap nayak

Inspirational

ବନ୍ଧୁତ୍ୱର ପରିଭାଷା

ବନ୍ଧୁତ୍ୱର ପରିଭାଷା

1 min
13.2K


ବନ୍ଧୁତ୍ୱର ପରିଭାଷା. ପ୍ରତାପ ନାୟକ

,,,,,,,,,,,,,,,,,,,,,,,,,,,,,,୭୦୦୮୦୫୪୨୮୨

ବନ୍ଧୁତ୍ୱର ପରିଭାଷା

ଉତ୍ସବେ ଯେଶନେ ଚୈବ

ଦୁର୍ଭିଖ୍ୟ ରାଷ୍ଟ୍ର ବିପ୍ଳବେ

ରାଜଦ୍ୱାରେ ଶ୍ମଶାନେ ଚ"

ବଦଳିଗଲାଣି ଏବେ

ବାରମାସୀ ପରି

ରଂଗ ବଦଳେଇଲାଣି ସିଏ

ଦବା ନବାରେ ବନ୍ଧା ବନ୍ଧୁ

ତିଆରିଲାଣି ସୀମା ସରହଦ

ଯେପରିକି ପ୍ରବେଶ ନିଷେଧ

ଲାୟନସ୍ କ୍ଲବରେ

ସୁନ୍ଦରୀ ରୂପସୀ ସିଏ

ବାଛିନବ ଇଚ୍ଛା ମୃତ୍ୟୁ

ଅହରହ ଗାଇବ କବିତା

କବିତା ବନୀତା ଲତା

ପଦବାଚ୍ୟ ନୁହେଁ ବନ୍ଧୁର

ସିଏ ଏଠି ଦେହ ବଦଳାଏ

ଯେମିତି ନଚିହ୍ନି ବି ନେଟ୍ ଚଳାଏ

ସପନ ମାଖେନା ଆଖିରେ କଜ୍ୱଳ

ବେତ କଣ୍ଟାପରି ଫୋଡେ

ହେଇ ପୁରୁଷ କି ଝିଅ ବନ୍ଧୁ

ଅନ୍ଧ ଭାବେ ଯବରଦସ୍ତି କରି

ଭୋଗରେ ଭାଗ କରାଏ

ତିଳ ତିଳ ମରିବା ଅପେଖ୍ୟା

ଥରେ ମରିବାକୁ ଥୟ କରେ ମନ

ଯୌବନରେ ପାଦଖସେ ଯେବେ

ବାପଭାଇ ମାନ ରହିଯାଏକି

ସେ ଝିଅର ଆବର୍ତ୍ତମାନରେ

କୃଷ୍ଣର ଅଷ୍ଠପାଟ ବଂଶୀ

କରେନା ପାଦୁକା ସେବା

ସୁଦାମା ଦରିଦ୍ର

କର୍ଣ୍ଣର ବେଦନା ଏଠି

ସହିବାକୁ ନାହିଁ ମାନୀ ଦୁର୍ଯ୍ୟୋଧନ

ବନ୍ଧୁ ଏଠି ମାଂସବିକେ ହାଡବିକେ

ରୁଧିରକୁ ପଳପଳ କରି ପଳାରେ ବି ବିକେ

ବନ୍ଧୁର ହଁ ହଁ ବନ୍ଧୁର

ବଦଳେଇ ପରିଭାଷା

ମରି ମରି ବଞ୍ଚିଥାଏ ବନ୍ଧୁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational