STORYMIRROR

SASMITA ACHARJYA

Inspirational

3  

SASMITA ACHARJYA

Inspirational

ବନ୍ଧୁର ମୂଲ୍ୟବୋଧ

ବନ୍ଧୁର ମୂଲ୍ୟବୋଧ

1 min
27.6K




ଦୁଇ ଦିନିଆ ବନ୍ଧୁରେ ଆମେ

ଦୁଇ ଦିନିଆ ସାଥି

ପ୍ରତାରଣା ଏଠି ମାରୁଛି ଉଂକି

ସ୍ନେହ ଓ କ୍ଷମତାର ଢାଙ୍କି ।।


ବନ୍ଧୁର ସ୍ଥାପନା ବନ୍ଧୁର ଭାବନା

ନଥାଏ କାହାରି ହୃଦୟରେ

କ୍ରୋଧ ହିଂସାର ରାଗରେ

ବନ୍ଧୁତ୍ବ ଯେ ଏକ ପବିତ୍ର ବନ୍ଧନ

ଯେଉଁ ବନ୍ଧନରେ ଥାଏ

କେବଳ ହସ ଖୁସି ଭଲ ପାଇବାର

ସ୍ନେହ ସଂପର୍କର ଡୋର ।।


ବନ୍ଧୁ କିଏ, ବନ୍ଧୁ ଯିଏ

ଦୁଃଖ ,ସୁଖ,ସାଥି ବେଳେ

ସବୁଠି ଥାଏ ଗୋଟିଏ ପଥରେ

ସବୁ ସଙ୍କେତ ଦେଖେଇ ଦିଏ ଆମକୁ

ଆମ ଚଲା ରାସ୍ତାରେ ପଥକ ବି

ସିଏ ଏକା ପ୍ରକୃତ ବନ୍ଧୁ ॥


ଜୀବନ ବିନା ଯେପରି ମାଛ

ମାଛ ବିନା ଯେପରି ପାଣି

ପାଣି ବିନା ଯେପରି ମଣିଷ

ଠିକ୍ ସେହିପରି ବନ୍ଧୁ ଜୀବନ

ବିନା ଗୋଟିଏ ଗାଡି ନାହିଁ

ଯେଉଁ ଗାଡିରେ ବସିଲେ

କେବେ ପଥ ସରିବ ନାହିଁ ॥


ବଞ୍ଚବୁ ଆମେ କହ କାଳିଆ

କାହାର ସାହାରା ନେଇ

ଦୁନିଆଁ ହେଲାଣି ସ୍ୱାର୍ଥପର

ଦେଲାନି କାହାକୁ ପ୍ରୀତି

ଆଜିର ମଣିଷ କାଲିକି ନାହିଁ

କାହିଁକି ଏ କଳହ ନିତି ॥


ସସ୍ମିତା କୁମାରୀ ଆଚାର୍ୟ୍ୟ

ରାୟଗଡା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational