STORYMIRROR

SASMITA ACHARJYA

Others

3  

SASMITA ACHARJYA

Others

ରଥଯାତ୍ରା

ରଥଯାତ୍ରା

1 min
27.7K


ଝୁଲି ଝୁଲି କିଏ ଆସୁ ଥାଇରେ

ଵଡ ଦାଣ୍ଡେ କଳା ହାତୀ

ଆଗରେ ବଳିଆ ପଛରେ କାଳିଆ

ମଝିରେ ଭଉଣୀ ସତୀ

ପତିତ ମାନକୁ ଉଦ୍ଧାରିବା ପାଇଁ

ରଥଯାତ୍ରା କରିଛନ୍ତି

ଝୁଲି ଝୁଲି କିଏ..

ଆଷାଢ଼ ଶୁକ୍ଳ ଦ୍ଵିତୀୟା ତିଥିରେ

ବଡ ଦେଉଳକୁ ଛାଡି

ପୋଡ ପିଠା ମିଠା ମନେ ପଡିଯାଏ

ଯାଉଛି ମାଉସୀ କଢି

ଝୁଲି ଝୁଲି କିଏ ..

ଘଣ୍ଟ ଘଣ୍ଟା , ତାଳ ବାଜୁଛି କାହାଳୀ

ନୃତ୍ୟ ଗୀତେ ମାତିଛନ୍ତି

ହରି ବୋଳ ହୁଳହୁଳୀ ଶବଦ ରେ

ଫାଟି ପଡ଼ୁଛି ଧରିତ୍ରୀ

ଝୁଲି ଝୁଲି କିଏ ..

ବ୍ରାହ୍ମଣ ,ଯବନ, ବୌଦ୍ଧ ,ହିନ୍ଦୁ ,ଜୈନ

ସରବେ କରନ୍ତି ଭକ୍ତି

ଆଜି ନୀଳାଚଳ ହୋଇଛି ଗହଳି

ଏଠି ନାହିଁ ଦିନ ରାତି

ଝୁଲି ଝୁଲି କିଏ...

ଭକତେ ନାଚନ୍ତି ହାତେ ହାତ ଧରି

ଛାତି କି ମିଶାଇ ଛାତି

ମନ୍ଦିର ବେଢାରେ କେତେ କଟକଣା

ବାହାରେ କୋହଳ ନୀତି

ଝୁଲି ଝୁଲି କିଏ...

କାଳିଆ ଠାକୁର ପରା ସଭିଙ୍କର

ନାହିଁ ତାର ଛୁଆଁ ଛୁତି

ଜୋଡି ବେନି ହାତ ଜଣାଏ ସସ୍ମିତା

ଦିଏ ପ୍ରଭୁ ଶକ୍ତି ମୁକ୍ତି

ଝୁଲି ଝୁଲି କିଏ...

ସସ୍ମିତା କୁମାରୀ ଆଚାର୍ଯ୍ୟ

ରାୟଗଡା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍