STORYMIRROR

Kshitish Jena

Abstract Inspirational Children

4  

Kshitish Jena

Abstract Inspirational Children

ବନ୍ଧୁମିଳନ

ବନ୍ଧୁମିଳନ

1 min
248

ବେଶ୍ ଖୁସି ଲାଗେ ଜାଣି ହୁଏ ନାହିଁ

କଟିଯାଏ କେମିତିକା ଦିନ

ବରଷକ ଥରେ ବା ବହୁ ବର୍ଷ ପରେ

ଯେବେ ହୁଅଇ ବନ୍ଧୁମିଳନ l


ଶୀତ ଦିନେ ପରା ପ୍ରାୟତଃ ସବୁଠି

ବନ୍ଧୁମିଳନ ହିଁ ହୋଇଥାଏ

ନାନା ଦର୍ଶନୀୟ ସ୍ଥାନ ମାନଙ୍କରେ

ଏଥିପାଇଁ ବହୁ ଭିଡ଼ ହୁଏ l


ବୟସ୍କ ହୁଅନ୍ତୁ ଅବା ବଡ ପିଲା

ହେଉପଛକେ କୁନି ବାଳୁତ

ବନ୍ଧୁମିଳନରେ ଆଗ୍ରହର ସହ

ସବୁ ହୁଅନ୍ତି ପରା ଜଡିତ ।


କିଛି ବନ୍ଧୁ ଏହି ମିଳନ ପୂର୍ବରୁ

ଦାୟିତ୍ୱର ଭାର ହାତକୁ ନେଇ

ବନ୍ଧୁମାନଙ୍କଠୁ ଟଙ୍କା ସେ ଗୋଟେଇ

ଆୟୋଜନ ପରା କରନ୍ତି ସେଇ ।


ସୁଦୂର ବନ୍ଧୁଙ୍କୁ ଦେଖିବା ସହିତ

ସୁଖଦୁଃଖ କଥା ବାଣ୍ଟିଥାଉ

ନୂଆ ଜାଗା ବୁଲା ଫଟୋ ଉଠା ସହ

ଭୋଜିଭାତ କରି ଖାଇଥାଉ l


ଅତୀତର ଦିନ ବା ବନ୍ଧୁମିଳନ

ସ୍ମୃତି ହୋଇ ରହେ ଏ ମନରେ

ରୂପା ଜହ୍ନ ପରି ସ୍ମୃତି ଖୁସି ଦିଏ

ଯେବେ ମନେପଡେ ଏକାନ୍ତରେ l


ବନ୍ଧୁମିଳନର ସୁଯୋଗ ମିଳିଲେ

ହାତଛଡା କେବେ ନ କରିବା

ଯେତେ ଦୂରେ ଥିଲେ ସମୟ କାଢ଼ିକି

ବନ୍ଧୁମିଳନରେ ଯୋଗଦେବା ।


Rate this content
Log in

Similar oriya poem from Abstract