Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalandi pal

Inspirational

3  

Kalandi pal

Inspirational

ବନ୍ଧୁକ ମୁନରେ ଜୀବନ

ବନ୍ଧୁକ ମୁନରେ ଜୀବନ

1 min
365



ଗୋଳା ବାରୁଦର ସଜଟିଏ ସିଏ

    ନାଁଟି ତାର ବନ୍ଧୁକ.

ଗର୍ଜିଉଠେ ସିଏ ଘୋଡା ଟିପିଦେଲେ

    ଜୀବନକୁ କରେ ତାଗିଦ. l


କାହା ପାଇଁ ସାଜେ ଆତ୍ମରକ୍ଷା ପଥ

    କାହାର ନିଏ ଜୀବନ.

ବନ୍ଧୁକର ନୁହେଁ ଦୋଷା ଦୋଷ ଏହା

     ଦୋଷ କରେ ହୀନଜନ. l


କିଏ ସେ ନ ଡରେ ବନ୍ଧୁକ ଦେଖିଲେ

     ପ୍ରାଣ ପାଇଁ ବିଡମ୍ବନା.

ଛାତି ପାତିଦେଲା ସେ ବାଜିରାଉତ

     ଫିରିଙ୍ଗି ଶାସନେ ସିନା. l


ହରାଇଲା ଦେଶ ଛୋଟ କଳିକାଟି

     କିଣିନେଲା ଦେଶ ମନ.

ହସି ହସି ଯିଏ ଶତ୍ରୁଙ୍କୁ ଦେଲା

     ବନ୍ଧୁକ ମୁନେ ଜୀବନ. l


ଫିରିଙ୍ଗି ଶାସନେ ଆତଙ୍କରେ ଜନେ

     ଜୀବନକୁ ବାଜି ଲଗାଇ.

ଲୋଟି ପଡୁଥିଲା ଶହ ଶହ ପ୍ରାଣ

     ହାରିବା ତ ଶିକ୍ଷିନାହିଁ. l


ଗାନ୍ଧୀ ଗୋପବନ୍ଧୁ ଅହିଂସାର ପଥେ

     କରିଥିଲେ ଆନ୍ଦୋଳନ.

ସୁବାସ ବୋଷ ବନ୍ଧୁକ ମୁନରେ

     ଚାହୁଁଥିଲେ ତ ସ୍ୱାଧୀନ. l


ଚୋରି ଡକାୟତି ଅବା ଗୁଣ୍ଡା ଗର୍ଦ୍ଦି

     ହୁଅଇ ବନ୍ଧୁକ ମୁନେ.

ଦେଶରକ୍ଷା ପାଇଁ ଗର୍ଜଇ ବନ୍ଧୁକ

      କାନ୍ଧେ ସୈନିକଙ୍କ ଗଣେ. l


ବନ୍ଧୁକ ମୁନରେ ଶହ ଶହ ପ୍ରାଣ

     ଟଳିପଡେ ଧରା ଧାରେ.

କିଣଇ ବିପଦ ଟଳାଏ ଆପଦ

      ବ୍ୟବହାର ତରିକାରେ. l


     


Rate this content
Log in

Similar oriya poem from Inspirational