STORYMIRROR

Jagannath Barik

Inspirational

4  

Jagannath Barik

Inspirational

ବନ୍ଧୁକ ମୁନରେ ଜୀବନ

ବନ୍ଧୁକ ମୁନରେ ଜୀବନ

1 min
592

ମଧୁମୟ ସୃଷ୍ଟି  ସୁଧାମୟ ସୃଷ୍ଟି

    ସୃଷ୍ଟିତ ଅମୃତମୟ

ଅମୃତ ଭାଣ୍ଡକୁ  ଵିନ୍ଦୁଏ ଜହର

   କରିଦିଏ ବିଷମୟ |


ସତ୍ୟ ଶାନ୍ତି ଦୟା  କ୍ଷମା ଗୁଣଧାରୀ

   ମାନବଯେ ଶ୍ରେଷ୍ଠ ପ୍ରାଣୀ

ସ୍ୱାର୍ଥ ଲାଳସାରେ  କ୍ଷମତା ଲୋଭରେ

   ବାଟ ହୁଡ଼େ ଜାଣିଜାଣି |


ଦାମ୍ଭିକପଣରେ  ସାରା ଦୁନିଆକୁ

   ରଖି ନିଜ ଆୟତରେ

ଅଙ୍ଗୁଳି ଅଗ୍ରରେ ସର୍ବ ନାରୀନରେ

   ନଚାଇବା ଚିନ୍ତା କରେ |


ତେଣୁ ବର୍ବରତା ଅମାନବିକତା

   ହିଂସା ରୋଷେ ହୁଏ ବାଇ

ଶକ୍ତି ବିସ୍ତାରରେ ଧନ ଅର୍ଜନରେ

   ସୁଖ ପଛେ ଥାଏ ଧାଇଁ |


ଖଳ ଦଳ ବଳ ମଦ୍ୟପ ମାତାଲ

   ପୋଷଇ ନିଜ ସଦନ

ଡରାଇ ମରାଇ ଜନତାଙ୍କୁ କରେ

   ନିର୍ମମ ପଣେ ଶାସନ |


ବନ୍ଧୁକ ମୁନରେ ସ୍ୱାଧୀନତା ହରେ

   ଦିଏ ଭୀଷଣ କଷଣ

ଦିନ ଦ୍ବିପ୍ରହରେ ଗୁଣ୍ଡାଗିରି କରେ

  ହତ୍ୟା ଲୁଣ୍ଠନ ଧର୍ଷଣ |


ତରଵାରୀ ଆଉ ବନ୍ଧୁକ ମୁନରେ

  ଶାସନଟି କୁଶାସନ

ଯେମିତି ଚାଲିଛି ଆଫଗାନିସ୍ଥାନେ

   ତାଲିବାନଙ୍କ ଦମନ |


ଲୋମହରଷଣ ଯଉନ ଶୋଷଣ 

  ବନ୍ଧୁକ ବୋମା ବର୍ଷଣ

ନାହିଁ ନିରାପତ୍ତା ସମଗ୍ର ଜନତା

   ଲୋଡ଼ନ୍ତି ବିଭୁ ଶରଣ |


ଧନ ଜୀବନର ନାହିଁ ନିରାପତ୍ତା

  ଭୟ ସଂକୁଳ ଜୀବନ

ବିଶ୍ୱ ସମୁଦାୟ ଚାହେଁ ସ୍ଥାଣୁ ପ୍ରାୟ

   ନାହିଁତ ପ୍ରତିକରଣ |


 ଶାନ୍ତି ମୈତ୍ରୀ ପ୍ରୀତି ମାନବୀୟ ରୀତି

  ସର୍ବେ ହୁଅ ସଚେତନ

ଅନ୍ୟାୟ ବିରୁଦ୍ଧେ ହୁଅ ଏକତ୍ରିତ

   ଆଜିର ବଡ଼ ଆହ୍ୱାନ ।


Rate this content
Log in

Similar oriya poem from Inspirational