STORYMIRROR

Bidulata Sahoo

Abstract

3  

Bidulata Sahoo

Abstract

ବନ୍ଧୁ

ବନ୍ଧୁ

1 min
209

ବନ୍ଧୁଟିଏ ପାଖରେ ଥିଲେ ଜୀବନ ଲାଗେ ସ୍ୱଳ୍ପ,

ବନ୍ଧୁ ସହ ଚାଲିଲେ ବାଟ ବାଟ ଲାଗଇ ଅଳ୍ପ ।


ବନ୍ଧୁସହ ମିଶିଲେ ଟିକେ ମନଟା ଲାଗେ ତାଜା,

ବନ୍ଧୁବିନା ବୁଲାବୁଲିରେ ଲାଗଇନାହିଁ ମଜା ।


ବନ୍ଧୁତାରେ ନରହୁ ଆମ ଲିଙ୍ଗଭେଦ କିଛି,

ବିଶ୍ୱସ୍ତଲୋକ ଦେଖିଲେ ତାକୁ କରିବା ବନ୍ଧୁବାଛି ।


ବନ୍ଧୁଟିଏ ସାଥିରେଥିଲେ ବିପଦଯାଏ ଘୁଞ୍ଚି ,

ଜୀବନ ଯୁଦ୍ଧେ ଜୀଇଁବା ଆସ ବନ୍ଧୁ ସହ ମିଶି ।


ବନ୍ଧୁ ଏକା ସାହାସ ଦିଏ ବିପଦ ପଡିଥିଲେ,

ବନ୍ଧୁପାଇଁ ଜୀବନଗଲେ ଦୁଃଖ ନାହିଁ ତିଳେ ।


Rate this content
Log in

Similar oriya poem from Abstract