STORYMIRROR

Sunanda Mohanty

Abstract Action

4  

Sunanda Mohanty

Abstract Action

ବନ୍ଧୁ

ବନ୍ଧୁ

1 min
233


ବନ୍ଧୁ ପଣେ ଜଣେ ଲାଗେ ନିଜର

ସୁଦାମା ଯେମିତି ଶ୍ରୀକୃଷ୍ଣଙ୍କର

ନଥାଏ ରାଗ ରୁଷା ଅଭିମାନ ଭିତର

ପ୍ରେରଣା ଭରା ନିଃସ୍ଵାର୍ଥପର

ଭାବେ ନାହିଁ କେବେ ସାତ ସତର

ପାର୍ଥକ୍ୟ ଭିତର ଦୂର ପାଖ ଛୁ ମନ୍ତର

ସଦା ଝୁରେ ଅନ୍ତଃ ବର୍ହି ଭିତର ବାହାର

ସତେ ସାକ୍ଷାତ କରୁଣାକର

ରକ୍ତର ନୋହି ବି ଏତେ ନିଜର

ରଖେ ହୃଦୟେ ଲାଗିଯିବ କାଳେ ନଜର

ମନାନ୍ତର ମତାନ୍ତର ଉର୍ଦ୍ଧେ ସମ୍ପର୍କ ସେତୁର

ଭାଗ ମାଗେନାହିଁ ଭାଗି ହେଉଥାଏ

ଛାଇ ପରି ରହି ସୁଖ ଦୁଃଖର

ଆତ୍ମା ପରମାତ୍ମା ଅଭେଦ ଭିତରେ

ବନ୍ଧୁ ସମ୍ପର୍କ ମଜଭୂତ ଡୋର

ଦେଖା ନହେଲେ ଅସ୍ଥିର ମନ ହୃଦୟ

ନୁହଁଇ ଅବା କାହାର

ନଦୀର ଜଳ, ସମୁଦ୍ର କୂଳ ସାଥେ ଜୁଆର

ବନ୍ଧୁ ପଣେ ସେତ ବଡବନ୍ଧୁ କାଳିଆ ଠାକୁର

ସମ୍ପର୍କ ସୌଦାଗର ତାକୁ ଜୁହାର

ଅବତାରେ ଅବତରି ବନ୍ଧୁ ପାଖେ ଠିଆ ସତ୍ୱର

ଯାଦୁ ଅବା ଗୁଣୀ କରିରଖିବାକୁ ହୁଏ ସତେ

ପରସ୍ପରେ ନିରନ୍ତରେ ଜାଣେ ଏତେ ମନ୍ତର

ମମତା ଫଲଗୁ ସ୍ନେହ ମନ୍ଦାକିନୀ ଭରା ଅନ୍ତର ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract