ବନ୍ଧୁ
ବନ୍ଧୁ
ବନ୍ଧୁ ପଣେ ଜଣେ ଲାଗେ ନିଜର
ସୁଦାମା ଯେମିତି ଶ୍ରୀକୃଷ୍ଣଙ୍କର
ନଥାଏ ରାଗ ରୁଷା ଅଭିମାନ ଭିତର
ପ୍ରେରଣା ଭରା ନିଃସ୍ଵାର୍ଥପର
ଭାବେ ନାହିଁ କେବେ ସାତ ସତର
ପାର୍ଥକ୍ୟ ଭିତର ଦୂର ପାଖ ଛୁ ମନ୍ତର
ସଦା ଝୁରେ ଅନ୍ତଃ ବର୍ହି ଭିତର ବାହାର
ସତେ ସାକ୍ଷାତ କରୁଣାକର
ରକ୍ତର ନୋହି ବି ଏତେ ନିଜର
ରଖେ ହୃଦୟେ ଲାଗିଯିବ କାଳେ ନଜର
ମନାନ୍ତର ମତାନ୍ତର ଉର୍ଦ୍ଧେ ସମ୍ପର୍କ ସେତୁର
ଭାଗ ମାଗେନାହିଁ ଭାଗି ହେଉଥାଏ
ଛାଇ ପରି ରହି ସୁଖ ଦୁଃଖର
ଆତ୍ମା ପରମାତ୍ମା ଅଭେଦ ଭିତରେ
ବନ୍ଧୁ ସମ୍ପର୍କ ମଜଭୂତ ଡୋର
ଦେଖା ନହେଲେ ଅସ୍ଥିର ମନ ହୃଦୟ
ନୁହଁଇ ଅବା କାହାର
ନଦୀର ଜଳ, ସମୁଦ୍ର କୂଳ ସାଥେ ଜୁଆର
ବନ୍ଧୁ ପଣେ ସେତ ବଡବନ୍ଧୁ କାଳିଆ ଠାକୁର
ସମ୍ପର୍କ ସୌଦାଗର ତାକୁ ଜୁହାର
ଅବତାରେ ଅବତରି ବନ୍ଧୁ ପାଖେ ଠିଆ ସତ୍ୱର
ଯାଦୁ ଅବା ଗୁଣୀ କରିରଖିବାକୁ ହୁଏ ସତେ
ପରସ୍ପରେ ନିରନ୍ତରେ ଜାଣେ ଏତେ ମନ୍ତର
ମମତା ଫଲଗୁ ସ୍ନେହ ମନ୍ଦାକିନୀ ଭରା ଅନ୍ତର ll
