STORYMIRROR

Ajayakumar Mohanty

Abstract

4  

Ajayakumar Mohanty

Abstract

ବନ୍ଧୁ

ବନ୍ଧୁ

1 min
24.4K

ହାତରେ ହାତ ମିଶାଇ ଦେଲେ 

ହୋଇ ଯାଏ ସେ ବନ୍ଧୁ 

ମନରେ ମନ ମିଶାଇ ଦେଲେ 

ଲଙ୍ଘିବା ସପ୍ତ ସିନ୍ଧୁ। 

ଭାଇ ପରି ଯିଏ ପାଖରେ ଥାଏ 

ବିପଦେ ହୁଏ ସାହା 

ପ୍ରକୃତ ମିତ ଅଟେ ଯେ ସେହି 

ଜାଣିବା କଥା ଏହା। 

ବରଷା ଝଡ଼ ପାଣି ପବନେ 

ପାଖରେ ହୁଏ ଠିଆ 

ସେଭଳି ସାଥୀ ପାଖରେ ଥିଲେ 

ଫୁଲି ଉଠଇ ହିଆ। 

ସୁଖ ଦୁଃଖରେ ବଢ଼ାଏ ହାତ 

ନକରି ତିଳେ ହେଳା 

ଭଲ ମଣିଷ ହେବାକୁ ସଦା 

ବୁଝାଉ ଥାଏ ଭଲା। 

ଅବାଟରୁ ନେଇ ବାଟ ଦେଖାଏ 

ସେହି ପ୍ରକୃତ ସାଙ୍ଗ 

ମିଛ କଥାରେ ଭୁଲାଇବାକୁ 

କାଢ଼େନା ଯମା ଢଙ୍ଗ। 

ସେଭଳି ବନ୍ଧୁ ପାଖରେ ଥିଲେ 

ସାହାସ ଥାଏ ମନେ 

ପାଶୋରି ଦେଲେ ମନରୁ ତାକୁ 

ଦୁଃଖ ପାଇବ ଦିନେ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract