STORYMIRROR

Santanu Bisoi

Abstract

2  

Santanu Bisoi

Abstract

ବନ୍ଧୁ।

ବନ୍ଧୁ।

1 min
133

ବନ୍ଧୁ ପରି ବନ୍ଧୁ ମହାନ୍ତି ପାଇଛୁ

ମୁଁ କି ତୋ ବନ୍ଧୁରେ ଗଣା,

ମୋ ଭକ୍ତିର କେଉଁ ଅର୍ଘ୍ୟ ବନ୍ଦାପନା

ହୋଇଛି କହରେ ଉଣା


ଶୟନେ ସପନେ ଅବା ଜାଗରଣେ

ନେଉଛି ତୋହର ନାମ,

ସବୁ ପରେ ଯଦି ଦର୍ଶନ ନ ମିଳେ

ତୋ ନାମରେ କେଉଁ କାମ


ଲୋଡ଼ା ନାହିଁ ମୋର, ତୋ ଶରଧା ବାଲି

କୈବଲ୍ୟ ଟଙ୍କତୋରାଣି,

ଲୋଡ଼ା ନାହିଁ ତୋର କୋଇଲି ବୈକୁଣ୍ଠ

ସ୍ୱର୍ଗଦ୍ୱାର କୃପାମୁଣି


ଜାଣିଲିଣି ଜାଗା କାଠରେ ତୁ ଗଢ଼ା

ଅପଯଶ କିଆଁ ଦେବି

ଆନ ଦୁଆରେ ମୁଁ ଗୁହାରି କରିବି

ବଡ ଦେଉଳେ ନ ଯିବି


ଯଦି କେବେ ହୃଦ ତରଳି ତୋ ଯିବ

ଆସିବୁ ମୁର୍ମୁଷୁ କାଳେ,

ତୋ ଦର୍ଶନ ସାରି ଦଣ୍ଡବତ କରି

ଚାଲିଯିବି କାଳବଳେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract