Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chinmaya Kumar Sahoo

Abstract Inspirational Others

4  

Chinmaya Kumar Sahoo

Abstract Inspirational Others

ବନ୍ଧୁ

ବନ୍ଧୁ

1 min
331


ଜୀବନଟା ଗୋଟେ ରଙ୍ଗ ମଞ୍ଚ ଏଠି ଆମେ ସବୁ କଳାକାର

ସର୍ବେ ନିଜ ନିଜ ଅଭିନୟ ସାରି ଚାଲି ଯିବା ବହୁ ଦୂର । 


ଜୀବନ ଯୁଦ୍ଧରେ ନ ହାରିବା ପାଇଁ ଲୋଡ଼ା ଏକ ଭଲ ବନ୍ଧୁ

ବନ୍ଧୁ ପୁଣି ସେହି ସାଥିରେ ଯାହାର ଲଙ୍ଘି ହେବ ସାତ ସିନ୍ଧୁ ।


ଏତିକି ଜାଣିଚି ତୁମେ ମୋର ବନ୍ଧୁ ମୁଁ ତୁମର ବନ୍ଧୁ ଟିଏ

କାହାର ବନ୍ଧୁତ୍ୱ କେତେ ଯେ ଗଭୀର ମାପି ତାକୁ ନ ହୁଏ


ବନ୍ଧୁତ୍ୱର ସଂଜ୍ଞା ଜାଣି ନାହିଁ ମୁହିଁ ପାରିବ ତ ଦବ କହି

ବନ୍ଧୁତ୍ୱର ଭାଷା ନୁହେଁ ହେ ସହଜ ଅଟେ ଏକ ମୋଟା ବହି ।


ଯେବେ ଦେଖିଥିଲି ପ୍ରଥମେ ତୁମକୁ ନେଇଥିଲ ମନ ମୋହି

ପଡ଼ିଗଲି ତୁମ କୋମଳ ବନ୍ଧୁତ୍ୱେ ପାରିଲିନି ମୁଁ ରହି ।


ଚାଲିଗଲେ ତୁମେ ମୋ ପାଖରୁ ଦୂର ଲାଗିବ ସବୁ ଅଲଗା

ଚା ଖଟି ରେ ମୋ ପଶେ ଆଉ କେହି ଜଣେ ନେଇଯିବ ତୁମ ଜାଗା ।


କହିଥିବି ଯଦି କିଛି କଟୁ କଥା ବାଧିଲା ଭଳି ମନକୁ

ପାରିବତ ବନ୍ଧୁ କ୍ଷମା କରିଦବ ଏ ଅଧମ ମୂର୍ଖ ଟାକୁ ।


ଆମ ସମ୍ପର୍କର ହେବ ନାହିଁ ଶେଷ ଅଟେ ମୋ ଦୃଢ ବିଶ୍ବାସ

ହୃଦୟ ରେ ମୋର ରହିଥିବ ତୁମେ ଚାଲୁଥିବା ଯାଏ ଶ୍ୱାସ ।


Rate this content
Log in

Similar oriya poem from Abstract