STORYMIRROR

Alhadini Panigrahi dash

Inspirational

3  

Alhadini Panigrahi dash

Inspirational

ବନ୍ଧୁ

ବନ୍ଧୁ

1 min
226

ଆସ

ପୁଣିଥରେ ଫେରିଯିବା

ସେଇ ସୁନ୍ଦର ନିର୍ଭୟ ଅତିତକୁ

ସୁନ୍ଦର ପ୍ରକୃତି କୋଳେ ବିତାଇ ଦେବା

ଅବଶିଷ୍ଟ ଜୀବନ...l

ଯେଉଁଠି ନଥିବ ହିଂସା ,ସ୍ବାର୍ଥ ପରତା

ମନୁଷ୍ୟ ଭୟ କରୁ ନଥିବ ଜଙ୍ଗଲି ଜାନୁଆରକୁ

କିମ୍ବା

ନିଜେ ପାଲଟି ଯାଉନଥିବ ଜଙ୍ଗଲୀ ଜାନୁଆର

ଅନ୍ୟ କେଉଁ ଜୀବ କୁ ହତ୍ୟା କରି ।

ଆସ....!

ପୁଣିଥରେ ଗାଇଯିବା

ସତ୍ୟ,ଶାନ୍ତି ର ସଙ୍ଗୀତ

ପଶୁ,ପକ୍ଷୀ, ଗଛ,ବୃକ୍ଷ, ମଣିଷ

ସମସ୍ତେ ବନ୍ଧୁ ହୋଇଯିବା ।

ହାତ ଧରା ଧରି ହୋଇ

ନାଚି ନାଚି ଗାଇବା

ପ୍ରକୃତି ର ଜୟ ଗାନ ।

ମିଳିମିଶି ସମସ୍ତେ ହସିବା

ହସାଇବା

ଆସ ପୁଣିଥରେ ଫେରିଯିବା

ସେଇ ସୁନ୍ଦର, ନିର୍ଭୟ ଅତିତକୁ... ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational