STORYMIRROR

Bijaya Panda

Abstract

2  

Bijaya Panda

Abstract

ବନ୍ଧୁ ଯୁଗ ଯୁଗକୁ

ବନ୍ଧୁ ଯୁଗ ଯୁଗକୁ

1 min
378

ବନ୍ଧୁ ତୁମେ,

ଯୁଗ ଯୁଗକୁ

ସ୍କୁଲରୁ କଲେଜ ଯାଏଁ

କଲେଜ ରୁ ଅଫିସ ଯାଏଁ

ବାଲ୍ୟ ରୁ ବୃଦ୍ଧ ଯାଏଁ

ଆଦିରୁ ଅନ୍ତ ଯାଏଁ


ବନ୍ଧୁ ହେବ ତୁମେ

ମନର, ଆତ୍ମାର, ହୃଦୟର

ମୋ ଛାଇର,

ମୋ ଠୁଁ ଅଧିକ ମୋ ନିଜର


ନା ଛଳନା, ନା ପ୍ରତାରଣା

ନା ମିଛ ପ୍ରତିଶ୍ରୁତି

ନା ବୃଥା ଅଭିନୟ

ତୁମେ ଵନ୍ଧୁ ଅତ୍ୟନ୍ତ ଆବଶ୍ୟକ ସମୟର


ଡର ନଥିବ

ବିଦାୟ ନେବାର

ନା ଭୟ ଥିବ ଷଡ଼ଯନ୍ତ୍ର ର

ନା ହରାଇବାକୁ ଅସ୍ତିତ୍ବ


ଅଜ୍ଞାତ ପଥରେ ଚାଲିଲା ବେଳେ

ଝୁଣ୍ଟି ପଡ଼ିବା ଆଗରୁ

କିଛି ଅହେତୁକ ଘଟଣା

ଘଟିବା ପୂର୍ବରୁ

ତୁମେ ଧରିପକାନ୍ତ ମୋ ହାତ

ବଦଳାଇ ଦିଅନ୍ତ ପଥ

ପଚାରନି ମୋତେ କାହିଁକି


ଉଦର ର କ୍ଷୁଧା ଜ୍ବାଳା

ମେଣ୍ଟି ଯା'ନ୍ତା

ତୋ ପରି ବନ୍ଧୁର ସାନ୍ତ୍ୱନାରେ

ତୋ ନାମ ସ୍ମରଣରେ


ଯନ୍ତ୍ରଣା ଜର୍ଜରୀତ ପାର୍ଥିବ ଶରିରର

ପୀଡ଼ା ଅସହିଷ୍ଣୁ ଅନୁଭୂତ ବେଳେ

ଠିକ୍ ଶେଷ ନିଶ୍ୱାସ ଯିବା ପୂର୍ବରୁ

ତୁମକୁ ଖୋଜନ୍ତି

ତୁମେ ଦର୍ଶନ ଦିଅନ୍ତ

ମୁଁ ଆତ୍ମ ତୃପ୍ତି ଲଭନ୍ତି

ତରି ଯାନ୍ତି ଏ ଭଵ ସାଗରରୁ


ଏମିତି ଏକ ବନ୍ଧୁ ତୁମେ

ହୃଦୟର, ମନର, ପ୍ରାଣର

ବନ୍ଧୁ ମୋର ଯୁଗ ଯୁଗର



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract