STORYMIRROR

Alok Ranjan DASH

Abstract

3  

Alok Ranjan DASH

Abstract

ବନ୍ଧୁ ତୁମେ ଫେରିବ

ବନ୍ଧୁ ତୁମେ ଫେରିବ

1 min
405

ବନ୍ଧୁ ତୁମେ ଆସିବ ,ମୋର ବିଶ୍ୱାସ

ତୁମେ ପୁଣି ଫେରିବ

ତୁମେ ନାହଁ ବୋଲି ଭାରି ଏକୁଟିଆ

ଗହଳି ଭିତରେ ଲାଗେ ନିଛାଟିଆ,

ତୁମ ପାଇଁ ବନ୍ଧୁ, ନୂଆ ଜୀବନ ର ଆରମ୍ଭ

ତୁମ ବିନା କି ଏ ସରିବ


ଭୁଲିଗଲ ବନ୍ଧୁ ସେ ଦିନ ର କଥା

କହିଥିଲ ତୁମେ କରନି ଚିନ୍ତା

ସୁଖ ଦୁଃଖ ଯାହା ହେଲେ

ଥିବି ତୁମ ସାଥେ ସାଥେ

କେମିତି ରହିଛ ବନ୍ଧୁ ଶାନ୍ତି ରେ, ମୋ ଠାରୁ ଦୁରେ

ମୋ କଥା କି ତୁମର ମନେ ପଡେ


ଆଜି ବି ତୁମ କୁ ଭେଟିବାର ଆଶା

ମତେ ନେଇ ଯାଏ ବରଗଛ ତଳ,

ମନେ ଅଛି ବନ୍ଧୁ ପିଲାଦିନ କଥା

ଦୁହେଁ ଖେଳୁଥିଲେ ଲୁଚକାଳି ଖେଳ

ଆମ ଖୁସି ରେ କି ଲାଗିଲା ନଜର

ତୁମକୁ ବନ୍ଧୁ କାଳ କରିଦେଲା , ମୋ ଠାରୁ ଦୂର


ତୁମେ ଶରୀର ରେ ନାହଁ କିନ୍ତୁ

ମୋ ସ୍ମୃତି ରେ ରହିଥିବ,

ଯେତେ ଦିନ ମୋ ଦେହରେ ପରାଣ

ପ୍ରତିଟି ନିଃଶ୍ବାସ ରେ ଥିବ

କାନ୍ଦିବାକୁ ଭାରି ଇଚ୍ଛା ହୁଏ ମୋର,

କୋହ କୁ ହୃଦୟେ ରଖିଛି ଚାପି

ତୁମେ ଚାଲିଗଲ ସାରି ତୁମ କାମ,

ମୋର ଆହୁରି ରହିଛି ବାକି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract