STORYMIRROR

Hrushikesh Satpathy

Abstract

2  

Hrushikesh Satpathy

Abstract

ବନ୍ଧୁ ରଙ୍ଗରେ ବୈରାଗୀ

ବନ୍ଧୁ ରଙ୍ଗରେ ବୈରାଗୀ

1 min
308

ଜୀବନ ଯାତ୍ରାର ଜଘନ୍ୟ ପଥରେ

     ପ୍ରକୃତ ବନ୍ଧୁ ବିରଳ,

ଅଙ୍କକଷା ପରି  ହାତ ଗଣତିରେ

    ମିଳେ ବନ୍ଧୁତାର ଫଳ


"ବନ୍ଧୁ" ଶବ୍ଦଟିକୁ ବିଶ୍ଳେଷଣ କଲେ

    ଅପୂର୍ବ ଆଶ୍ୱସ୍ତି ଆସେ,

 ବନ୍ଧୁ ହିଁ ଜାଣିବ ବନ୍ଧୁ ପ୍ରୀତି କ'ଣ

    ବନ୍ଧନର ଚଉପାଶେ


ସଭ୍ୟ ସହରର ଶସ୍ତା ବଜାରରେ

    ବନ୍ଧୁ ହଜାର ହଜାର,

ଆସନ୍ତି ଯାଆନ୍ତି ଦରଦ ଦିଅନ୍ତି

   ସତେ,ସଉଦା ବେପାର


ପ୍ରକୃତ ବନ୍ଧୁ ସେ,ଦୁଃଖରେ ସୁଖରେ

    ହୋଇଥାଏ ସମଭାଗୀ,

ସେ ସାଥି,ସାରଥୀ ନିଃସ୍ୱାର୍ଥ ତା' ପ୍ରୀତି

   ବନ୍ଧୁ ରଙ୍ଗରେ ବୈରାଗୀ


ବନ୍ଧୁ ବନ୍ଧୁ ପାଇଁ ସଖା ସହୋଦର

    ମନ ତା' ପରମ ମିତ୍ର,

ହୃଦୟ ତାହାର ମୈତ୍ରୀର ନିର୍ଝର

   ଭାବ ତା'ର ପ୍ରେମପତ୍ର


ଭାବରେ ଅଭାବ ଅଭାବରେ ଭାବ

    ନିଆରା ବନ୍ଧୁ ଲକ୍ଷଣ,

ପ୍ରେମ ବିନିମୟେ ପୁଣ୍ୟ ବାଢ଼ିବାରେ

    ହୁଏନା କେବେ କୃପଣ


ବନ୍ଧୁତାର ମାପ  ମାପିବା ପାଇଁକି

    ପରିମାପ ଫର୍ଦ୍ଦ କାହିଁ

ଜାତକ ପୃଷ୍ଠାରୁ  ନାମାଙ୍କନ ପତ୍ର

    ରହିଥାଏ ଖଞ୍ଜାହୋଇ


ପ୍ରକୃତ ବନ୍ଧୁଙ୍କ  ହୃଦୟ ଫଳକେ

    ପ୍ରୀତିପଦ୍ମ ପାରିଜାତ,

ପୁଣ୍ୟାତ୍ମା ପାଖୁଡା ସତ୍ୟତା ସଜଡା

    ତ୍ୟାଗ ତର୍ପଣ ସଞ୍ଚିତ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract