Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pranati Panda

Inspirational

4.5  

Pranati Panda

Inspirational

ବନ୍ଧୁ ପରିଭାଷା

ବନ୍ଧୁ ପରିଭାଷା

1 min
238



ଶୂନ୍ୟ ପ୍ରତିଶ୍ରୁତି ଦିଅଇ ଯେ' ବନ୍ଧୁ

କି ' ଲାଭ ମିଳିବ କଲେ ପ୍ରତୀକ୍ଷା ??

ହୃଦୟ ଚିହ୍ନେନି  ଯେଉଁ ବନ୍ଧୁଭାଵ

ନିଷ୍ଫଳ କେବଳ ହୁଏ ଅପେକ୍ଷା ।


ଭଗ୍ନ ହୃଦୟର ପ୍ରତିଟି କାହାଣୀ

କହି ହେବନିକି ହେବନି ସହି ,

ପ୍ରକୃତରେ ଯିଏ  ହିତବାଦୀ ବନ୍ଧୁ 

ଅପେକ୍ଷାରେ କେବେ ପାରେକି ରହି ?


ସ୍ୱାର୍ଥ ଭାବ ଯଦି  ବନ୍ଧୁତ୍ୱରେ ଥାଏ

ସ୍ୱାର୍ଥ ନପାଇଲେ ଦୂରେଇ ଯିବେ,

ହୃଦୟ ବେଦନା  ଖାତିର ନକରି

ବିଶ୍ଵାସରେ ବିଷ  କେବଳ ଦେବେ ।


ସ୍ଵାର୍ଥପର ବନ୍ଧୁ  ନିଜ ସ୍ବାର୍ଥ ପାଇଁ

ଛଳନାର ମିଥ୍ୟା ଆବରଣରେ ,

ମୃଗତୃଷ୍ଣା ପରି ତୃଷିତ ମାୟାରେ

ହୃଦୟେ ବସନ୍ତି ମିଠା କଥାରେ ।


 ଛଦ୍ମବେଶୀ ବନ୍ଧୁ ମିଠା ମିଠା ସ୍ଵର

 ଅଳପ ଦିନର ପ୍ରୀତି ବେଭାର ,

ସମୟ ସହିତ ଏଣ୍ଡୁଅ ପରିକା

ରଙ୍ଗ ବଦଳେଇ ଯାଆନ୍ତି ଦୂର ।


ଶ୍ରଦ୍ଧା ପଣ ଥିଲେ ବନ୍ଧୁ ଭାବନାରେ

ମାନ, ଅଭିମାନେ ଭାଙ୍ଗି ଯାଏନି ,

ପ୍ରକୃତରେ ବନ୍ଧୁ ଯିଏ ହୋଇଥିବ 

କେବେହେଲେ ଛାଡ଼ି ରହି ପାରେନି ।


ବନ୍ଧୁତ୍ବ ଏପରି ଅମୂଲ୍ୟ ସମ୍ପର୍କ

ହୀରା,ସୁନା ମଧ୍ୟ ତାହାରି ତଳ ,

ଅତୁଟ ବନ୍ଧୁତ୍ବ ବିଶ୍ୱାସରେ ତିଷ୍ଠେ

ଯେହ୍ନେ କ୍ଷୀର ସଙ୍ଗେ ମିଶଇ ଜଳ ।


ହିତକାରୀ ବନ୍ଧୁ ସୁଖେ ଅବା ଦୁଃଖେ

ସବୁବେଳେ ବନ୍ଧୁ ସାଥିରେ ଥାଏ ,

ବନ୍ଧୁ ଚାଲିଗଲେ ଶ୍ମଶାନ ପଥରେ

ଲୁହ ଦୁଇ ଟୋପା ନିଗାଡ଼ି ଦିଏ ।


ମୃତ୍ୟୁ ପରେ ମଧ୍ୟ କାନ୍ଦେ ଯା ' ପରାଣ

 ବିଳାପ ହୃଦୟ କରୁଣ ହିଆ ,

ପ୍ରକୃତ ବନ୍ଧୁର  ବନ୍ଧୁ ପରିଭାଷା

ପଛରେ କେବଳ ଦେଖେ ଦୁନିଆ ।          


Rate this content
Log in

Similar oriya poem from Inspirational