STORYMIRROR

Prabhati Debnath

Abstract

3  

Prabhati Debnath

Abstract

ବନ୍ଧୁ ପରି ବନ୍ଧୁ ଟିଏ

ବନ୍ଧୁ ପରି ବନ୍ଧୁ ଟିଏ

1 min
426

ଜଗତର ନାଥ କୋଟି ପ୍ରାଣ ମିତ

ଜଗତ ମଙ୍ଗଳକାରୀ ,

ତୁମ ବିନା ନାହିଁ ରାତି ଦିନ ଏଠି

ସବୁ ଦାନତ ତୁମରି ।।

ନର ପଶୁ ପକ୍ଷୀ କୀଟ ତରୁ ଲତା

ସବୁରି ଜୀବନ କର୍ତ୍ତା,

ତୁମ ବିନା କିଏ ବଞ୍ଚିଛି ବଞ୍ଚିବ

କେଉଁଠି ଅଛିବା ସତ୍ତା ।।

ଶରୀରେ ଜୀବନ କରନ୍ତି ପ୍ରାଣୀଏଁ

କ୍ଷେତେ ଦିଅ ଶସ୍ୟ ଭରି ,

ଜୀବନ ଜୀବିକା କରନ୍ତି ପ୍ରାଣୀଏଁ

ରାତି ଦିନ କର୍ମ କରି ।।

ଆହାକି ସୁନ୍ଦର ତୁମରି ସଂସାର

ସବୁ ରଖିଛ ସାଇତି ,

ଜୀବନ ମରଣ ଦୂରତା ମଧ୍ୟରେ

କର୍ମ କରନ୍ତି ନିଇତି ।।

ଧନ୍ୟ ତୁମେ ପ୍ରଭୁ ଧନ୍ୟ ତୁମ ଦାନ

ତୁମେ କରୁଣା ସାଗର,

କି ବିଚିତ୍ର ଲୀଳା କରିଛ ସଂସାରେ

ତୁଳନା ନାହିଁ ଯାହାର ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract