STORYMIRROR

sumita behera

Inspirational

3  

sumita behera

Inspirational

ବନ୍ଧୁ ମୋ ଆତ୍ମାରେ

ବନ୍ଧୁ ମୋ ଆତ୍ମାରେ

1 min
231


   

ବନ୍ଧୁତା କେବଳ ଗୋଟିଏ ତାରିଖର ମୋହତାଜ଼ ନୁହେଁ

ସେ' ତ ଆତ୍ମାର ଅତୁଟ ବନ୍ଧନ

ଯା'ର ସ୍ନେହ-ଫଲ୍ଗୁ ପ୍ରବାହିତ ଆମ ପ୍ରତିଟି ଶିରା ପ୍ରଶିରାରେ..


ବନ୍ଧୁତା କେବେ ଧାର୍ ଧାରେନି ଦେବା ନେବାରେ

ସେ' ତ କେବଳ ଦେଇ ଜାଣେ ହରିଶ୍ଚନ୍ଦ୍ର, କର୍ଣ୍ଣ ପରି

ଯା'ର ସ୍ନିଗ୍ଧତା ସଞ୍ଚରୁଥାଏ ହୃଦୟ-ବୀଣାର ପ୍ରତିଟି ତନ୍ତ୍ରୀରେ..


ବନ୍ଧୁତା ଫସି ପାରେନି ସନ୍ଦେହର ଅଡ଼ୁଆ ଜାଲରେ

ସେ' ତ ବାନ୍ଧି ହୁଏ ବିଶ୍ୱାସ ଭରସାର ଟାଣୁଆ ସୁତାରେ

ଯା'ର କୋମଳ ଆବେଗ ଅନୁଭୂତ ହୁଏ ପ୍ରତିଟି ସ୍ପନ୍ଦନରେ...


ବନ୍ଧୁତା ନିଦାଘେ ଶୀତଳ ଚନ୍ଦନ

ସେ' ତ ଶ୍ରେଷ୍ଠତମ ଅନୁଭବଟିଏ;

ବଖାଣି ହୁଏନି ଯାହାକୁ ଭାଷାରେ

ସେ' ଯେ ଈଶ୍ୱରଙ୍କ ପ୍ରତିବିମ୍ବଟିଏ ।


     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from sumita behera

ଧରା

ଧରା

1 min ପଢ଼ନ୍ତୁ

ମନ ରେ

ମନ ରେ

1 min ପଢ଼ନ୍ତୁ

ଆସ ନା

ଆସ ନା

1 min ପଢ଼ନ୍ତୁ

ସପନ

ସପନ

1 min ପଢ଼ନ୍ତୁ

Similar oriya poem from Inspirational