ବନ୍ଧୁ ମୋ ଆତ୍ମାରେ
ବନ୍ଧୁ ମୋ ଆତ୍ମାରେ
![](https://cdn.storymirror.com/static/1pximage.jpeg)
![](https://cdn.storymirror.com/static/1pximage.jpeg)
ବନ୍ଧୁତା କେବଳ ଗୋଟିଏ ତାରିଖର ମୋହତାଜ଼ ନୁହେଁ
ସେ' ତ ଆତ୍ମାର ଅତୁଟ ବନ୍ଧନ
ଯା'ର ସ୍ନେହ-ଫଲ୍ଗୁ ପ୍ରବାହିତ ଆମ ପ୍ରତିଟି ଶିରା ପ୍ରଶିରାରେ..
ବନ୍ଧୁତା କେବେ ଧାର୍ ଧାରେନି ଦେବା ନେବାରେ
ସେ' ତ କେବଳ ଦେଇ ଜାଣେ ହରିଶ୍ଚନ୍ଦ୍ର, କର୍ଣ୍ଣ ପରି
ଯା'ର ସ୍ନିଗ୍ଧତା ସଞ୍ଚରୁଥାଏ ହୃଦୟ-ବୀଣାର ପ୍ରତିଟି ତନ୍ତ୍ରୀରେ..
ବନ୍ଧୁତା ଫସି ପାରେନି ସନ୍ଦେହର ଅଡ଼ୁଆ ଜାଲରେ
ସେ' ତ ବାନ୍ଧି ହୁଏ ବିଶ୍ୱାସ ଭରସାର ଟାଣୁଆ ସୁତାରେ
ଯା'ର କୋମଳ ଆବେଗ ଅନୁଭୂତ ହୁଏ ପ୍ରତିଟି ସ୍ପନ୍ଦନରେ...
ବନ୍ଧୁତା ନିଦାଘେ ଶୀତଳ ଚନ୍ଦନ
ସେ' ତ ଶ୍ରେଷ୍ଠତମ ଅନୁଭବଟିଏ;
ବଖାଣି ହୁଏନି ଯାହାକୁ ଭାଷାରେ
ସେ' ଯେ ଈଶ୍ୱରଙ୍କ ପ୍ରତିବିମ୍ବଟିଏ ।