STORYMIRROR

Pranati Mahapatra

Inspirational

3  

Pranati Mahapatra

Inspirational

ବନ୍ଧନ

ବନ୍ଧନ

1 min
229


 ଅଛି ଏ ବନ୍ଧନ ଭାଇଭଉଣୀର

  ସ୍ନେହ ମମତାର ମୂକସାକ୍ଷୀ,

କାଳିଆ ବଳିଆ ଶ୍ରୀହସ୍ତରେ ପରା

  ବାନ୍ଧି ଦିଏ ହସି ହଳଦୀମୁଖି,

    ଭାଇଙ୍କ ମଙ୍ଗଳ ପାଇଁ

ଭକ୍ତିରେ ଭଉଣୀ ଭଗବାନ ପଦେ

 ଗୁହାରି କରଇ ବସି ।


 ପବିତ୍ର ଏ ଦେଶ କଳା ଓ ସଂସ୍କୃତି

 ପରମ୍ପରା ଯେ ମହାନ,

ସୁତାଖିଏ ମୂଲ୍ୟ ଅମୂଲ ମୂଲ ଏ

   ନାମ ତା ରକ୍ଷା ବନ୍ଧନ,

   ପୁଣି ବଳଦେବ ଜନ୍ମ

କୃଷକ ଭାଇ ଯେ ବଳଦଙ୍କୁ ପୂଜି

   ଦିଏ ସୁମିଷ୍ଟ ଭୋଜନ।


 ସୁନାଭଉଣୀ ଯେ ହସିହସି ଭାଇ

 ମଥାରେ ତିଳକ ଦେଇ,

ନାରାୟଣ ନାମ ସୁମରଣା କରି

  ପୁଷ୍ପେ ପୂଜା ବି କରଇ,

  ପ୍ରଦୀପରେ ତ ବନ୍ଦାଇ

ମମତାର ରଜ୍ଜୁ ରାକ୍ଷୀ ବାନ୍ଧିଦିଏ

   ଅଭୟ ସୁରକ୍ଷା ପାଇଁ।


 ରକ୍ଷାବନ୍ଧନରେ ପୁରୋହିତ ଦେବ

  ଯଯମାନଙ୍କୁ ପଇତା ,

ସର୍ବାରିଷ୍ଟ ଖଣ୍ଡନର ଆଶୀର୍ବାଦ 

  ଦେଇ ମନ୍ତ୍ର କରି ଯଥା,

  ପିନ୍ଧାଇ ସ୍କନ୍ଧେ ପଇତା

ବଳଦେବ ଜନ୍ମ ଓ ରାକ୍ଷୀ ପୂର୍ଣ୍ଣିମା

  ଖାଇ ପିଠା ପଣା ମିଠା।

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational