ବନ୍ଧନ
ବନ୍ଧନ
ଜନ୍ମ ମୃତ୍ୟୁର ଚକତଳେ ଚାପିହୋଇ
ସୁଖଦୁଃଖର ସଂସାରରେ
ସତମିଛ ଅଭିନୟ କରି
ଛନ୍ଦିହୋଇ ମୋହମାୟା ବନ୍ଧନରେ
ରାଗ ହିଂସା କ୍ରୋଧର ପ୍ରାଚୀର
ଭାଙ୍ଗି ଚୁରମାର କରିଦେଇ
ପ୍ରେମର ପରଶରେ ପାଷାଣକୁ
ଭଲ ପାଇ ଜୀବନ୍ତ କରିପାରେ
ସମୟର ଚକ୍ରେ ଭାଗ୍ୟର ହାତେ
ଆଶା ନିରାଶାର ଦୋ ସୋପାନରେ
ଜୀବନର ସଂଘର୍ଷରେ ଥକି ନଯାଇ
ଭଲ ପାଇବାକୁ ବାଣ୍ଟିବାକୁ ଚେଷ୍ଟାକରେ l
