STORYMIRROR

Sukanti Hotta

Abstract

3  

Sukanti Hotta

Abstract

ବନ୍ଧନ

ବନ୍ଧନ

1 min
144

ଜନ୍ମ ମୃତ୍ୟୁର ଚକତଳେ ଚାପିହୋଇ

ସୁଖଦୁଃଖର ସଂସାରରେ

ସତମିଛ ଅଭିନୟ କରି

ଛନ୍ଦିହୋଇ ମୋହମାୟା ବନ୍ଧନରେ

ରାଗ ହିଂସା କ୍ରୋଧର ପ୍ରାଚୀର

ଭାଙ୍ଗି ଚୁରମାର କରିଦେଇ

ପ୍ରେମର ପରଶରେ ପାଷାଣକୁ

ଭଲ ପାଇ ଜୀବନ୍ତ କରିପାରେ

ସମୟର ଚକ୍ରେ ଭାଗ୍ୟର ହାତେ

ଆଶା ନିରାଶାର ଦୋ ସୋପାନରେ

ଜୀବନର ସଂଘର୍ଷରେ ଥକି ନଯାଇ

ଭଲ ପାଇବାକୁ ବାଣ୍ଟିବାକୁ ଚେଷ୍ଟାକରେ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract